ନୂଆଦିଲ୍ଲୀ : ଦେଶର ବୃହତ୍ତମ ଦୁଇଚକିଆ ଯାନ ନିର୍ମାତା କମ୍ପାନି ହିରୋ ମୋଟୋକର୍ପ ଆସନ୍ତା ୨୦ ତାରିଖଠାରୁ ନିଜର ବିଭିନ୍ନ ମଡେଲର ଦର ବୃଦ୍ଧି କରିବ । ବିଭିନ୍ନ ମଡେଲର ଏକ୍ସ-ସୋରୁମ ମୂଲ୍ୟ ଉପରେ ପ୍ରାୟ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ଦରବୃଦ୍ଧି କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ମଡେଲ ଅନୁସାରେ ଦରବୃଦ୍ଧିର ପରିମାଣ ସ୍ଥିର କରାଯିବ । ବିଭିନ୍ନ କଞ୍ଚାମାଲର ମହଙ୍ଗା ହେବା ଯୋଗୁଁ କମ୍ପାନି ଦର ବୃଦ୍ଧି କରିଥିବା କୁହାଯାଉଛି । ହିରୋ ପକ୍ଷରୁ ଦରବୃଦ୍ଧି କରାଯିବା ପରେ ଅନ୍ୟ କମ୍ପାନିମାନେ ବି ଦରବୃଦ୍ଧି କରିବାର ସମ୍ଭାବନା ରହିଛି । ତେବେ ଆଗାମୀ ପାର୍ବଣ ଋତୁରେ ଗାଡ଼ି ଚାହିଦା ଭଲ ରହିବ ବୋଲି କମ୍ପାନି କହିଛି ।
ଇସ୍ପାତ, ଆଲୁମିନିୟମ, ରବର ଆଦି ବିଭିନ୍ନ କଞ୍ଚାମାଲର ଦରବୃଦ୍ଧି ଫଳରେ ପୂର୍ବରୁ କେତେକ ଚାରିଚକିଆ ଯାନ କମ୍ପାନି ମଧ୍ୟ ଦରବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିସାରିଛନ୍ତି । ଦେଶର ବୃହତ୍ତମ କାର କମ୍ପାନି ମାରୁତି ସୁଜୁକୀ ଚଳିତ ମାସ ୬ ତାରିଖରେ ନିଜର ବିଭିନ୍ନ ମଡେଲର ଦର ବୃଦ୍ଧି କରିଥିଲା । ଜୁଲାଇ ମାସରେ କମ୍ପାନି ସ୍ବିଫ୍ଟ ଓ ସିଏନଜି ମଡେଲର ଦରବୃଦ୍ଧି କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/hero-750x430-1.jpg)
