ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି। କମ୍ପାନି ଏହାର ସମସ୍ତ ମୋଟର ସାଇକଲ ଏବଂ ସ୍କୁଟର ମୂଲ୍ୟ ୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। କମ୍ପାନି ଜୁଲାଇ ୮ ତାରିଖରୁ ଏହାକୁ ଲାଗୁ କରିଛି। ବଜାର ଏବଂ ମଡେଲକୁ ଭିତ୍ତିକରି ଏହି ମୂଲ୍ୟ ବୃଦ୍ଧି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିବ।