ଭୁବନେଶ୍ବର: ହିରୋ ମୋଟୋକର୍ପ ତରଫରୁ ଆଜି ନୂଆ ଗାଡ଼ିର ଡିଜିଟାଲ୍ ଉନ୍ମୋଚନ କରାଯାଇଛି। କଂପାନି ନୂ୍ଆ ବାଇକ୍ ଓ ସ୍କୁଟର୍ ଆଣିଛି। ଏହି ଉନ୍ମୋଚନ ପାଇଁ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଭାରତ ମୋଟର୍ସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଂପାନି ତରଫରୁ ନୂଆ ଏକ୍ସପ୍ଲସ୍ ଟି, ଏକ୍ସଟ୍ରିମ୍ ୨୦୦ଏସ୍, ମାଏଷ୍ଟ୍ରୋ ଏଜ୍ ଏଫ୍ଆଇ ଓ ପ୍ଲେଜର୍ +କୁ ଉନ୍ମୋଚନ କରାଯାଇଥିଲା। ପ୍ରିମିୟମ୍ ବର୍ଗରେ କଂପାନି ଏହି ଚାରି ଗାଡ଼ିକୁ ଉପସ୍ଥାପନ କରିଛି। ଡିଲରସିପ୍ରେ ଉପସ୍ଥିତ କର୍ମଚାରୀ ଓ ଅଧିକାରୀମାନେ ଏହି ଉନ୍ମୋଚନ କାର୍ଯ୍ୟକ୍ରମକୁ ପରଦାରେ ଦେଖିଥିଲେ। ଏହି ଅବସରରେ ଭାରତ ମୋଟର୍ସର ପରିଚାଳନା ନିର୍ଦେଶକ ଓମ ପ୍ରକାଶ ଡିଡ୍ୱାନିଆ, ନିର୍ଦେଶକ ଆଦିତ୍ୟ ବିକ୍ରମ ଡିଡ୍ୱାନିଆ, ହିରୋ ମୋଟୋକର୍ପର ବରିଷ୍ଠ ଏଏସ୍ଏମ୍ ଅବ୍ଦୁଲ ଆହାଦ୍ ଉପସ୍ଥିତ ଥିଲେ।
ହିରୋର ନୂଆ ବାଇକ୍, ସ୍କୁଟର୍
/sambad/media/post_attachments/wp-content/uploads/2019/05/Untitled-11-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)