ହିରୋର ନୂଆ ଡେଷ୍ଟିନି ୧୨୫ ଏକ୍ସ‌ଟେକ୍‌: ଦାମ୍ ୮୨,୬୦୦ ଟଙ୍କା

ଭୁବନେଶ୍ବର: ଅରୁନ୍ଧତୀ ମୋଟୋବାଇକ୍‌ସରେ ହିରୋ ମୋଟୋକର୍ପର ନୂଆ ସ୍କୁଟର ଡେଷ୍ଟିନି ୧୨୫ ଏକ୍ସଟେକ୍‌ର ବଜାର ପ୍ରବେଶ କରାଯାଇଛି। କଂପାନିର ଜୋନାଲ୍ ମୁଖ୍ୟ ସ୍ବାମିନାଥନ, ରାଜ୍ୟ ମୁଖ୍ୟ ହର୍ଷ ବର୍ଦ୍ଧନ ଓ ଅରୁନ୍ଧତୀ ଗ୍ରୁପ୍‌ର ସିଏମ୍‌ଡି ବ୍ରହ୍ମାନନ୍ଦ ମେହେରଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଛି। ନୂଆ ଡେଷ୍ଟିନି ୧୨୫ ଏକ୍ସଟେକ୍‌ରେ ବ୍ଲୁଟୁଥ୍ ପ୍ରଯୁକ୍ତି, ନାଭିଗେସନ ଏଲ୍‌ଇଡି ଲାଇଟ୍‌, କ୍ରୋ‌ମ୍ ଫିନିସ୍ ମିରର ଓ ଷ୍ଟାଇଲିସ୍ ବ୍ୟାକ୍ ରେଷ୍ଟ୍‌ ରହିଛି। ଏହାର ଏକ୍ସ ‌ସୋ’ରୁମ୍ ଦାମ୍ ୮୨,୬୦୦ ଟଙ୍କା ରହିଛି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ଚାକିରି କରୁଥିବା ଲୋକ ଓ ସାଧାରଣ ଜନତାଙ୍କ ଆବଶ୍ୟକତା ପୂରଣ କରିବା ଭଳି ବହୁ ଡିଜିଟାଲ ସୁବିଧା ସୁଯୋଗ ଏହି ସ୍କୁଟର‌ରେ ରହିଛି। ଏହି ଅବସରରେ ଅରୁନ୍ଧତୀ ମୋଟୋବାଇକ୍‌ସର ଅଟୋମୋବାଇଲ୍ ବ୍ୟବସାୟ ମୁଖ୍ୟ ସରସ ପ୍ରଭୁ ଓ ବରିଷ୍ଠ ପ୍ରବନ୍ଧକ ସତ୍ୟବ୍ରତ ମହାନ୍ତି ଉପସ୍ଥିତ ଥ‌ିଲେ।

ସମ୍ବନ୍ଧିତ ଖବର