ହିରୋର ନୂଆ ‘ଏକ୍ସଟ୍ରିମ୍‌-୧୬୦ଆର୍‌’

ଭୁବନେଶ୍ବର: ହିରୋ ମୋଟୋକର୍ପ ଲିମିଟେଡ ପକ୍ଷରୁ ନୂଆ ‘ଏକ୍ସଟ୍ରିମ୍-୧୬୦ଆର୍‌’ର ଭୁବନେଶ୍ବର ଓ କଟକ ବଜାର ପ୍ରବେଶ କରାଯାଇଛି। ଯୁବବର୍ଗର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନି ଏହି ବାଇକ୍ ଆଣିଛି। ଏହାର ଫ୍ରଣ୍ଟ୍ ସିଙ୍ଗଲ ଚ୍ୟାନେଲ ଏବିଏସ୍‌ର ମୂଲ୍ୟ ୧,୦୪,୭୫୦ ଟଙ୍କା ଥିବାବେଳେ ଡବଲ ଡିସ୍କ ସିଙ୍ଗଲ ଚ୍ୟାନେଲ ଏବିଏସ୍‌ର ମୂଲ୍ୟ ୧,୦୭,୭୫୦ ଟଙ୍କା ରହିଛି ବୋଲି ଭାରତ ହିରୋର ନିର୍ଦ୍ଦେଶକ ଦେବ୍‌ ପ୍ରକାଶ ଡିଡ୍‌ୱାନିଆ କହିଛନ୍ତି।

ବିଏସ୍‌-୬ ମାନଦଣ୍ଡ ପୂରଣ କରୁଥିବା ଏହି ବାଇକ୍‌ରେ ୧୬୦ ସିସି ଏୟାର କୁଲ୍‌ଡ ଇଞ୍ଜିନ୍ ରହିଛି। ଏହାର ଓଜନ ୧୩୮.୫ କିଲୋଗ୍ରାମ ରହିଛି ବୋଲି ଭାରତ ହିରୋର ଜେନେରାଲ ମ୍ୟାନେଜର ପ୍ରତୀକ ଅଗ୍ରୱାଲ୍ କହିଛନ୍ତି। ଏହାର ବେଗ ମାତ୍ର ୪.୭ସେକେଣ୍ଡ୍‌ରେ ଶୂନରୁ ୬୦ କିମିକୁ ବୃଦ୍ଧି ପାଇପାରୁଥିବାରୁ ଚାଳକଙ୍କୁ ଗାଡ଼ି ଚାଳନାର ଅନନ୍ୟ ଆନନ୍ଦ ପ୍ରଦାନ କରିଥାଏ। ପର୍ଲ ସିଲଭର ହ୍ବାଇଟ୍‌, ଭାଇବ୍ରାଣ୍ଟ୍ ବ୍ଲୁ ଏବଂ ସ୍ପୋର୍ଟସ ରେଡ୍ ଭଳି ୩ଟି ଆକର୍ଷଣୀୟ ରଙ୍ଗରେ ଏହି ବାଇକ୍ ଉପଲବ୍ଧ।

ସମ୍ବନ୍ଧିତ ଖବର