ହାଇକୋର୍ଟଙ୍କ ନିର୍ଦ୍ଦେଶ: ଓଜିବିର ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିୟମିତ ଦରମା ଦିଅ

ଭୁବନେଶ୍ବର: ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଏବଂ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କକୁ ନେଇ ୨୦୧୩ରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଗଠନ କରାଯାଇଥିଲା। ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ‌େର ଅସ୍ଥାୟୀ ଭାବେ କାମ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭରୁ ନିୟମିତ ଭାବେ ଦରମା ମିଳି ଆସୁଛି। କିନ୍ତୁ କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଓ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କର ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି। ଏହା ବିରୋଧରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ କର୍ମଚାରୀଙ୍କ ସପକ୍ଷରେ ଗତ ୧୦ ତାରିଖ ଏବଂ ୧୬ ତାରିଖରେ ରାୟ ଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ଅସ୍ଥାୟୀ ଭାବେ କାମ କରୁଥିବା ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସେମାନଙ୍କ ‌ବକେୟା ଦରମା ଓ ସୁବିଧା ସୁଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସଂଘ ପକ୍ଷରୁ ଏହି ମାମଲା ଆଇନଜୀବୀ ସତ୍ୟବ୍ରତ ମହାନ୍ତି ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର