ଓମିକ୍ରନ ପ୍ରଭାବ: ସ୍ଵିଗି ଓ ଜୋମାଟୋକୁ ପ୍ରତି ମିନିଟରେ ମିଳୁଛି ୬ ହଜାରରୁ ଅଧିକ ଅର୍ଡର

ନୂଆଦିଲ୍ଲୀ: ଓମିକ୍ରନ ପାଇଁ ବିଭିନ୍ନ ରାଜ୍ୟ ସରକାରମାନେ କଟକଣା ଲଗାଇଛନ୍ତି | ଜିରୋ ନାଇଟ ସେଲିବ୍ରେସନ ସହ ଏକାଠି ସମବେତ ହୋଇ ପାର୍ଟି କରିବା ଉପରେ କଟକଣା ଥିବାରୁ ହୋଟେଲ, ବାର ସବୁ ଫାଙ୍କା ପଡିଛି | ସେହିପରି କିଛି ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବାରୁ ନବବର୍ଷ ସେଲିବ୍ରେସନ ଫିକା ପଡିଛି | ଏହା ସତ୍ତ୍ୱେ ଘରେ ରହି ସେଲିବ୍ରେସନ କରିବାକୁ ଲୋକ ଏବେ ଅନଲାଇନ ଫୁଡ ଡେଲିଭରି ଆପ ସ୍ଵିଗି ଓ ଜୋମାଟୋ ଉପରେ ନିର୍ଭର କରୁଥିବାର ଦେଖିବାକୁ ମିଳିଛି | ଅନଲାଇନରେ ଖାଦ୍ୟ ଅର୍ଡର କରି ଘରେ ସେଲିବ୍ରେସନ କରିବାର ଟ୍ରେଣ୍ଡ ଏବେ ସାରା ଭାରତରେ ଦେଖିବାକୁ ମିଳିଛି |

ଠିକ ସେଥିପାଇଁ ତ ସ୍ଵିଗି ଓ ଜୋମାଟୋ ଆପରେ ଲଗାତାର ଅର୍ଡର ଆସୁଛି | ସ୍ଵିଗି ପକ୍ଷରୁ କୁହାଯାଇଛି ଯେ ପାଖାପାଖି ୧ ଲକ୍ଷ ଲୋକ ଏକାସାଙ୍ଗରେ ଆପ ଲଗଇନ କରିଥିବାବେଳେ ପ୍ରତିମିନିଟରେ ୬୬୧୦ଟି ଅର୍ଡର ଆସୁଛି | ସେହିପରି ଜୋମାଟୋ ପକ୍ଷରୁ କୁହାଯାଇଛି ଯେ ଆଜି ଦିନକରେ ପ୍ରତି ମିନିଟରେ ୭୧୦୦ ଅର୍ଡର ରେକର୍ଡ କମ୍ପାନୀ ହାସଲ କରିଛି |


ସୂଚନା ଥାଉ କି ଗ୍ରାହକଙ୍କ ଆଗ୍ରହକୁ ନଜରରେ ରଖି ଫୁଡ ଡେଲିଭରି ଆପଗୁଡିକ ଆଜି ଖାଦ୍ୟ ଉପରେ ଅଫରର ବର୍ଷା ମଧ୍ୟ କରିଛନ୍ତି | ସ୍ଵିଗି ପକ୍ଷରୁ କୁହାଯାଇଛି ଯେ ସର୍ବାଧିକ ଲୋକ ବିରିୟାନୀ ଅର୍ଡର କରୁଛନ୍ତି | ସେହିପରି ଜୋମାଟୋ ପକ୍ଷରୁ କୁହାଯାଇଛି ଯେ ଏତେ ୟୁଜର୍ସ ଆସୁଥିବାରୁ ଯେଭଳି ସର୍ଭର ଡାଉନ ନ ହେବ ସେ ଦିଗରେ ଦୃଷ୍ଟି ରଖାଯାଇଛି |

ସମ୍ବନ୍ଧିତ ଖବର