ହିଣ୍ଡାଲ୍‌କୋକୁ ଜାତୀୟ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ବର: କୌଶଳ ବିକାଶ ଓ ଜୀବନଜୀବିକା ପ୍ରତି ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ହିଣ୍ଡାଲ୍‌କୋକୁ ଜାତୀୟ ସିଏସ୍‌ଆର୍‌ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ଆଦିତ୍ୟ ବିର୍ଲା ସେଣ୍ଟର୍‌ ଫର କମ୍ୟୁନିଟି ଇନିସିଏଟିଭସ୍‌ ଆଣ୍ଡ୍‌ ରୁରାଲ୍ ଡେଭେଲପ୍‌ମେଣ୍ଟ୍‌ର ମୁଖ୍ୟ ରାଜଶ୍ରୀ ବିର୍ଲା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଉତ୍ତରପ୍ରଦେଶରେ ଥିବା ହିଣ୍ଡାଲ୍‌କୋର ରେଣୁକୋଟ ପ୍ଲାଣ୍ଟ୍‌ର ପ୍ରୋଜେକ୍ଟ ଉନ୍ନତି ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର