ନୂଆଦିଲ୍ଲୀ: ହିଣ୍ଡେନ୍ବର୍ଗ ଆମକୁ ବଦନାମ କରିବାକୁ ଚାହୁଥିଲା। ସେହି ରିପୋର୍ଟକୁ ସେଥିପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା ବୋଲି କମ୍ପାନିର ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି କହିଛନ୍ତି। ତେବେ ସେହି ଆକ୍ରମଣକୁ ଆଦାନି ଗ୍ରୁପ୍ ସଫଳତାର ସହ ମୁକାବିଲା କରିଥିଲା ଏବଂ ତା’ପରେ ଦୃଢ଼ ଭାବେ ଆଗକୁ ବଢ଼ୁଛି। କୌଣସି ପ୍ରତିବନ୍ଧକ ଆମକୁ ଦୁର୍ବଳ କରିପାରିବ ନାହିଁ। ଏହା ହେଉଛି ତାହାର ପ୍ରମାଣ ବୋଲି ଆଦାନି କହିଛନ୍ତି। ଗତବର୍ଷ ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ପକ୍ଷରୁ ଆଦାନି ଗ୍ରୁପ୍ ବିରୋଧରେ ଷ୍ଟକ୍ ମୂଲ୍ୟ ହେରଫେର, ଆକାଉଣ୍ଟିଂ ଜାଲିଆତି, ଜାଲ୍ କମ୍ପାନି ଗଠନ ଭଳି ସଙ୍ଗିନ ଅଭିଯୋଗ କରାଯାଇଥିଲା। ସେହି ରିପୋର୍ଟର ପ୍ରଭାବ ଏତେ ଅଧିକ ଥିଲା ଯେ ବିଶ୍ବର ତୃତୀୟ ବଡ଼ ଧନୀ ଭାବେ ଉଭା ହୋଇଥିବା ଆଦାନି ଶ୍ରେଷ୍ଠ ୩୦ ତାଲିକାରୁ ବିଦା ହୋଇଯାଇଥିଲେ। ତାଙ୍କ କମ୍ପାନି ଓ ସେ ନିଜେ ବ୍ୟକ୍ତିଗତ ଭାବେ ବିପୁଳ କ୍ଷତି ସହିଥିଲେ। କମ୍ପାନିକୁ ୨୦,୦୦୦ କୋଟି ଟଙ୍କାର ଫଲୋ-ଅନ୍ ପବ୍ଲିକ୍ ଅଫର ବାତିଲ କରିବାକୁ ପଡ଼ିଥିଲା। ତେବେ ଏହି ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଆଦାନି ଗ୍ରୁପ୍କୁ କ୍ଲିନ୍ଚିଟ୍ ପ୍ରଦାନ କରାଯାଇଛି।
ହିଣ୍ଡେନ୍ବର୍ଗ ବଦନାମ କରିବାକୁ ଚାହୁଥିଲା: ଆଦାନି
/sambad/media/post_attachments/wp-content/uploads/2023/05/adani-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)