ନୂଆଦିଲ୍ଲୀ :  ୨୦୨୩ ଜାନୁଆରି ପୂର୍ବରୁ ଆମେରିକୀୟ ସଂସ୍ଥା ହିଣ୍ଡନବର୍ଗ ରିସର୍ଚ୍ଚକୁ ବୋଧହୁଏ ଭାରତର ଅଳ୍ପକିଛି ଲୋକ ହିଁ ଜାଣିଥିବେ । କିନ୍ତୁ ଏବେ ଏହି ନାଁ ସମଗ୍ର ଭାରତରେ ପରିଚିତ । ଏହି ସଂସ୍ଥାର ଗୋଟିଏ ରିପୋର୍ଟ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ବିଶ୍ବର ୫ ନମ୍ବର ଧନୀରୁ ଖସାଇ ୩୫ ନମ୍ବରରେ ପହଞ୍ଚାଇଦେଇଥିଲା ।

Advertisment

ଏପରି ଚର୍ଚ୍ଚା ମଧ୍ୟରେ ଆଉ ଏକ ବଡ଼ ଧମାକା କରିବାକୁ ଯାଉଛି ହିଣ୍ଡନବର୍ଗ । ଖୁବଶୀଘ୍ର ଆଉ ଏକ ବଡ଼ ରିପୋର୍ଟ ଆସୁଛି ବୋଲି ଖୋଦ ହିଣ୍ଡନବର୍ଗ ଟୁଇଟ କରି ସୂଚନା ଦୋଇଛି । ତେବେ ଏହି ରିପୋର୍ଟର ବିଷୟବସ୍ତୁ କଣ ରହିବ, କେଉଁ କମ୍ପାନି ଉପରେ ଏହି ରିପୋର୍ଟ ଆସିବ, ସେସମ୍ପର୍କରେ ସଂସ୍ଥା କୌଣସି ସୂଚନା ଦେଇନାହିଁ । ଏହା ସତ୍ତ୍ବେ ଏହାକୁ ନେଇ ଭାରତୀୟ ପୁଞ୍ଜି ବଜାରରେ ଆତଙ୍କ ଖେଳିଯାଇଛି ।

ଏହା ପୂର୍ବରୁ ହିଣ୍ଡେନବର୍ଗର ଏକ ରିପୋର୍ଟରେ ଭାରତୀୟ କୋଟିପତି ଗୌତମ ଆଦାନୀଙ୍କ ବିଜନେସ୍ ଅମ୍ପାୟାରଙ୍କ ମୂଲ୍ୟ ୫୩ ବିଲିୟନ ଡଲାରକୁ ହ୍ରାସ କରାଯାଇଥିଲା, ଯାହା ୨୦୨୨ ସେପ୍ଟେମ୍ବର ସୁଦ୍ଧା ୧୫୦ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଥିଲା । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଆଦାନୀ ଗ୍ରୁପର ସେୟାର ବହୁତ ହ୍ରାସ ପାଇବାରେ ଲାଗିଛି । ଏହି ହ୍ରାସ ଯୋଗୁଁ ଆଦାନୀ ପ୍ରାୟ ୧୨୦ ବିଲିୟନ ଡଲାର ହରାଇଛି । ଏହି ରିପୋର୍ଟରେ ଆଦାନୀଙ୍କ ଋଣକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା।