ଭୁବନେଶ୍ବର: ୟାମାହାର ଡିଲର ହିନ୍ଦୁସ୍ତାନ ହ୍ବିଲ୍ସ ପକ୍ଷରୁ ପଟିଆ ବିଗ୍ ବଜାର ନିକଟରେ ଏହାର ନୂଆ ଏବଂ ଏକମାତ୍ର ବ୍ଲୁ ସ୍କୋୟାର ସୋ’ରୁମ୍ ଶନିବାର ଖୋଲିଛି। ହିନ୍ଦୁସ୍ତାନ ଗ୍ରୁପ ମୁଖ୍ୟ ଯୋଗେନ୍ଦ୍ର ହଂସ ଏବଂ ହିନ୍ଦୁସ୍ତାନ ହ୍ବିଲ୍ସ ମୁଖ୍ୟ ଅକ୍ଷୟ ହଂସ ନୂଆ ସୋ’ରୁମ୍କୁ ଉଦ୍ଘାଟନ କରିଛନ୍ତି। ଏହା ବ୍ଲୁ ଥିମ୍ କନସେପ୍ଟ ଭିତ୍ତିକ ଏକ ସୋ’ରୁମ୍। ସେପ୍ଟେମ୍ବର ମାସ ପାଇଁ ହିନ୍ଦୁସ୍ତାନ ହ୍ବିଲ୍ସ ଆକର୍ଷଣୀୟ ଉଦ୍ଘାଟନୀ ଅଫର ପ୍ରଦାନ କରୁଛି। ବୀମା ଉପରେ ଫ୍ଲାଟ ୫୦୦୦ ଟଙ୍କାର ରିହାତି ଦିଆଯାଉଛି। ଏଥିସହିତ ୪୯୯୦ ଟଙ୍କା ମୂଲ୍ୟର ମାଗଣା ବୋଟ୍ ବ୍ଲୁଟୁଥ୍ ଇୟରଫୋନ ପ୍ରଦାନ କରାଯାଉଛି। ସ୍କ୍ରାଚ ଆଣ୍ଡ୍ ୱିନ ଅଫରରେ ୨୯୯୯ ଟଙ୍କାର ନିଶ୍ଚିତ ପୁରସ୍କାର ସହ ୧ ଲକ୍ଷ ଟଙ୍କାର ବମ୍ପର ପୁରସ୍କାର ଜିତିବା ସୁଯୋଗ ରହିଛି।
ଏଥିସହିତ ଏଠାରେ ପିଆଜିଓ ଇଣ୍ଡିଆ ପକ୍ଷରୁ ବ୍ରାଣ୍ଡ୍ ନ୍ୟୁ ଡିଲରସିପ୍ ‘ହିନ୍ଦୁସ୍ତାନ ହ୍ବିଲ୍ସ’ର ଉଦ୍ଘାଟନ ହୋଇଛି। ଉକ୍ତ ସୋ’ରୁମରେ କମ୍ପାନିର ଆଇକନିକ ଭେସ୍ପା ଏବଂ ସ୍ପୋର୍ଟି ଏପ୍ରିଲିଆର ବିସ୍ତୃତ ରେଞ୍ଜ ଉପଲବ୍ଧ କରାଯାଇଛି। ଏଥିସହିତ ଆକର୍ଷଣୀୟ ଉଦ୍ଘାଟନୀ ଅଫର ମଧ୍ୟ ରହିଛି।