ହିନ୍ଦଓୟାରର ନୂଆ ମାର୍କେଟିଂ ଅଭିଯାନ

ଭୁବନେଶ୍ବର: ହିନ୍ଦଓୟାର ପକ୍ଷରୁ ନୂଆ ମାର୍କେଟିଂ ଅଭିଯାନ ଥଟ୍‌ଫୁଲ ଇଜ୍ ବ୍ୟୁଟିଫୁଲ୍‌କୁ ଉନ୍ମୋଚନ କରାଯାଇଛି। ଏଥିରେ କଂପାନି ପକ୍ଷରୁ ସେନ୍‌ସର୍‌ ବ୍ୟବହାର କରାଯାଇଥିବା ଫସେଟ୍‌ ଓ ୱାଟର୍‌ କ୍ଲୋସେଟ୍‌ଗୁଡ଼ିକର ପ୍ରଚାର କରୁଛି। ଏହି ସ୍ପର୍ଶବିହୀନ ଉତ୍ପାଦଗୁଡ଼ିକ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିବ। ଏହି ଅଭିଯାନର ଉନ୍ମୋଚନ ଅବସରରେ ବ୍ରିଲୋକା ଲିମିଟେଡ୍‌ର ସିଏମ୍‌ଡି ସନ୍ଦୀପ ସୋମାନି ଓ ସିଇଓ ସୁଧାଂଶୁ ପୋଖରିୟାଲ୍ ଉପସ୍ଥିତ ଥିଲେ। କଂପାନି ପକ୍ଷରୁ ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ଅଭିଯାନର ପ୍ରଚାର କରାଯାଉଛି।

ସମ୍ବନ୍ଧିତ ଖବର