ଭୁବନେଶ୍ବର: ଦୀର୍ଘ ଏକ ବର୍ଷ ପରେ ଜଗଦଲପୁରଠାରୁ ଭୁବନେଶ୍ୱରକୁ ଗଡ଼ିଲା ହୀରାଖଣ୍ଡ୍ ଏସ୍କପ୍ରେସ୍ । ରେଳଯାତ୍ରାର ସୁବିଧା ପାଇଲେ ଲୋକେ। ପଡ଼ୋଶୀ ରାଜ୍ୟରେ କରୋନାର ପରିସ୍ଥିତି ଯେଭଳି ଲାଗି ରହିଛି ତାକୁ ଆଖି ଆଗରେ ରଖି ସମସ୍ତ ସୀମାକୁ ସିଲ କରାଯାଇଥିବା ବେଳେ ଜଗଦଲପୁରଠାରୁ ଭୁବନେଶ୍ୱରକୁ ଟ୍ରେନ ଚଳାଚଳ କରିବାକୁ ମିଳିଛି ଅନୁମତି । ଏଭଳି ପରିସ୍ଥିତିରେ କରୋନା ଚେନକୁ ଭାଙ୍ଗିବା ପାଇଁ ଆମେ କେତେ ସଫଳ ହେବା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କୋରାପୁଟ ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଏହି ଟ୍ରେନର ସମୟ ମଧ୍ୟ ବଦଳିଛି । ଏହି ଟ୍ରେନ୍ ରାଜଧାନୀରୁ ସନ୍ଧ୍ୟା ୭.୩୫ ମିନଟରେ ଛାଡ଼ୁଥିବା ବେଳେ ଜୟପୁରରେ ସକାଳ ୧୦ଟା ୧୦ ମିନଟରେ ଓ ଜଗଦଲପୁରରେ ସକାଳ ୧୧ ଟା ୫୫ ମିନଟରେ ପହଞ୍ଚୁଛି । ସେହିପରି ଜଗଦଲପୁରଠାରୁ ସଂଧ୍ୟା ୪.୩୦ ମିନଟରେ ଛାଡ଼ୁଥିବା ବେଳେ ଜୟପୁରରେ ସନ୍ଧ୍ୟା ୫ .୪୫ ରେ ପହଞ୍ଚୁଛି। ପୁଣି ଜୟପୁରରୁ ବାହାରି ରାଜଧାନୀରେ ସକାଳ ୮ ଟା ୨୦ ମିନଟରେ ପହଞ୍ଚିବ । କୋଭିଡ଼ କଟକଣାକୁ ନେଇ ଯାତ୍ରୀ ନିଜେ ସୁରକ୍ଷିତ ରହି ଯାତାୟତ କରିବା ଆବଶ୍ୟକ ରହିଥିବା ବେଳେ ରେଳ ଫାଟକରେ କୋଭିଡ ଟେଷ୍ଟ କରିବାର ବ୍ୟବସ୍ଥା କରାଯାଇଛି।