ଭୁବନେଶ୍ୱର: ଦେଶର ଅଗ୍ରଣୀ ଏୟାର କଣ୍ଡିସନର (ଏସି) ନିର୍ମାତା ହିଟାଚିର ମଡେଲ୍ ସଂଖ୍ୟା ୧୦୦ ଟପିଛି। କଂପାନି ପକ୍ଷରୁ ୨୪ଟି ନୂଆ ମଡେଲ୍ର ଏସି ବଜାରରେ ପ୍ରବେଶ କରାଯିବା ପରେ ମୋଟ ଏଡି ମଡେଲ୍ ସଂଖ୍ୟା ୧୦୨ରେ ପହଞ୍ଚିଛି। କଂପାନି ପାଖରେ ଏବେ ଟ୍ରପିକାଲ୍ ଇନଭର୍ଟର ପ୍ରଯୁକ୍ତି ଥିବା ୪୨ଟି ମଡେଲ୍, ୩୪ଟି ଫିକ୍ସଡ୍ ସ୍ପିଡ୍ ମଡେଲ୍, ୧୨ଟି ଓ୍ଵିଣ୍ଡୋ ଏସି ଏବଂ ୧୪ଟି କ୍ୟାସେଟ୍ ଏସି ମଡେଲ୍ ରହିଛି। କଂପାନି ଏହାର ନୂଆ ଉତ୍ପାଦ ବର୍ଗରେ ଏକ୍ସପାଣ୍ଡେବଲ୍ ଇନଭର୍ଟର ଏସି ମଡେଲ୍ ସଂଖ୍ୟା ମଧ୍ୟ ବଢ଼ାଉଛି। ବର୍ତ୍ତମାନ କଂପାନିର ୧୮% ଏସି ମଡେଲ୍ ହେଉଛି ୫ ଷ୍ଟାର୍ ଇନଭର୍ଟର୍ ଏବଂ ଗ୍ରିନ୍ ମଡେଲ୍। ଦେଶର ଘରେ ଘରେ ଏସି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ହିଟାଚି ପ୍ରଥମ ଥର ଏସି ଖରିଦ କରୁଥିବା ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ଭଳି ଉତ୍ପାଦ ମଧ୍ୟ ବିକଶିତ କରିଛି। ଦେଶର ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ନିଜର ଉତ୍ପାଦଗୁଡ଼ିକୁ ପହଞ୍ଚାଇବା ପାଇଁ କଂପାନି ଏହାର ଆଉଟ୍ଲେଟ୍ ସଂଖ୍ୟା ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ୨୦୧୮ ଶେଷ ସୁଦ୍ଧା କଂପାନି ଏହାର ଆଉଟ୍ଲେଟ୍ ସଂଖ୍ୟା ୧୧,୦୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଯାହା ଏବେ ୮୫୦୦ ରହିଛି।
ହିଟାଚିର ଏସି ମଡେଲ୍ ସଂଖ୍ୟା ୧୦୦ ଟପିଲା
/sambad/media/post_attachments/wp-content/uploads/2018/01/hitachi1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)