ଗୃହ ଋଣ ସୁଧ କମାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରିବା ପରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗୃହ ଋଣ ସୁଧ ହାର ହ୍ରାସ ଘୋଷଣା କରାଯାଇଛି। ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ହାର ୫ ବେସିସ୍ ପଏଣ୍ଟ ବା ୦.୦୫ ପ୍ରତିଶତ ହ୍ରାସ ହୋଇଛି। ଗୃହ ଋଣ ସୁଧ ହ୍ରାସ କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ଏହାର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ରେପୋ ‌ହାରରେ ୦.୨୫ ପ୍ରତିଶତ ହ୍ରାସ ଘୋଷଣା କରି ଏହାକୁ ୬.୩୫ ପ୍ରତିଶତକୁ କମାଇ ଦେଇଛି। ଦେଶର ସର୍ବବୃହତ ବ୍ୟାଙ୍କ୍‌ ପକ୍ଷରୁ ଗୃହ ଋଣ ସୁଧ ହ୍ରାସ କରାଯାଇଥିବାରୁ ଆଗାମୀ ଦିନରେ ଅନ୍ୟ ବ୍ୟାଙ୍କ୍‌ଗୁଡ଼ିକ ମଧ୍ୟ ଏହି ସୁଧହାର ହ୍ରାସ କରିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର