ନୂଆଦିଲ୍ଲୀ: ଆକ୍ଟିଭାପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି | ବାସ୍ତବରେ ୨ଚକିଆ ଗାଡି ନିର୍ମାତା ହୋଣ୍ଡା ଡିସେମ୍ବର ୨୦୨୪ ସୁଦ୍ଧା କର୍ଣ୍ଣାଟକରେ ଲୋକପ୍ରିୟ ସ୍କୁଟର ଆକ୍ଟିଭାର ଇ ଭର୍ସନ ଉତ୍ପାଦନ ଆରମ୍ଭ କରିବ | ଏହା ୨୦୨୫ ଆରମ୍ଭରେ ବଜାରରେ ଲଞ୍ଚ ହେବାର ସମ୍ଭାବନା ଅଛି | ହୋଣ୍ଡା ଆକ୍ଟିଭା ଇଭି, ଆଥର୍ ୪୫୦ଏକ୍ସ, ଓଲା ଏସ୧ ଏବଂ ଟିଭିଏସ ଆଇକ୍ୟୁବର ନୂତନ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବଜାରକୁ ଆସିବ | କୁହାଯାଉଛି ଯେ ଏହି ସ୍କୁଟର ଏକ ମିଡ଼ରେଞ୍ଜ ସ୍କୁଟର ହେବ ଓ ଏଥିରେ ଏକ ସ୍ଥିର ବ୍ୟାଟେରୀ ରହିବ |

Advertisment

ଜାପାନର ଦୁଇ ଚକିଆ ନିର୍ମାତା ବ୍ୟାଟେରୀ, ମୋଟର, କଣ୍ଟ୍ରୋଲର୍, ଚାର୍ଜର ଇତ୍ୟାଦି ସହିତ ଇଭି ଟେକ୍ନୋଲୋଜି ପାଇଁ ପେଟେଣ୍ଟ ଦାଖଲ କରିସାରିଛି | ଏହି ପେଟେଣ୍ଟଗୁଡିକ ସୂଚିତ କରେ ଯେ ନୂତନ ହୋଣ୍ଡା ଇଲେକ୍ଟ୍ରିକ୍ ସ୍କୁଟରରେ ଏକ ସ୍ଥିର ବ୍ୟାଟେରୀ ଏବଂ ପଛ ଚକରେ ଏକ ହବ୍ ମୋଟର ରହିବ | ଦୁଇ ଚକିଆ ଉତ୍ପାଦନକାରୀ ହୋଣ୍ଡା ଏହାର ୬୦୦୦ ଟଚ୍ ପଏଣ୍ଟରେ ବ୍ୟାଟେରୀ ସ୍ୱାପିଂ ଷ୍ଟେସନ୍ ସ୍ଥାପନ କରିବାର ଯୋଜନା ମଧ୍ୟ କରିଛି | ଏହି ବୈଦ୍ୟୁତିକ ଆକ୍ଟିଭା ନିର୍ମାଣ ପାଇଁ ହୋଣ୍ଡା କର୍ଣ୍ଣାଟକର ନରସାପୁରାରେ ଏକ ଅତ୍ୟାଧୁନିକ କାରଖାନା ସ୍ଥାପନ କରୁଛି। ଏହି କାରଖାନା ୨୦୩୦ ସୁଦ୍ଧା ୧ ମିଲିୟନ୍ ୟୁନିଟ୍ ଇଲେକ୍ଟ୍ରିକ ସ୍କୁଟର ଉତ୍ପାଦନ କରିବ |