ଭୁବନେଶ୍ବର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨ କୋଟି ଆକ୍ଟିଭା ସ୍କୁଟର ଭାରତରେ ବିକ୍ରି କରାଯାଇଥିବା ଘୋଷଣା କରାଯାଇଛି। ଉତ୍ସବ ଋତୁର ମଧ୍ୟ ଭାଗରେ କଂପାନି ଏହି ସଫଳତା ହାସଲ କରିଛି ବୋଲି ଏହାର ମୁଖ୍ୟ ମିନୋରୁ କାଟୋ କହିଛନ୍ତି। ୨୦୦୧ରେ ଆକ୍ଟିଭାକୁ ଉନ୍ମୋଚନ କରାଯାଇଥିଲା। ଏହାର ପଞ୍ଚମ ପିଢ଼ି ଏବେ ବିକ୍ରି କରାଯାଉଛି। ପ୍ରଥମ ଏକ କୋଟି ଆକ୍ଟିଭା ବିକ୍ରି କରିବାକୁ କଂପାନିକୁ ୧୫ ବର୍ଷ ସମୟ ଲାଗିିଥିଲା। ଆଉ ଏକ କୋଟି ଆକ୍ଟିଭା ମାତ୍ର ତିନି ବର୍ଷରେ ବିକ୍ରି ହୋଇଛି। ଆକ୍ଟିଭା ଉପରେ ଗ୍ରାହକମାନେ ବିଶ୍ବାସ ପ୍ରକଟ କରିଥିବାରୁ କଂପାନିର ବରିଷ୍ଠ ଉପାଧ୍ୟକ୍ଷ ୟଦବିନ୍ଦର ସିଂହ ଗୁଲେରିଆ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଭାରତରେ ଅଟୋମେଟିକ୍ ସ୍କୁଟର ବଜାରକୁ ଆକ୍ଟିଭା ସକ୍ରିୟ କରିଥିଲା ଓ ଏହା ଲୋକମାନଙ୍କର ପ୍ରଥମ ପସନ୍ଦର ସ୍କୁଟର ହୋଇ ରହିଛି।
ହୋଣ୍ଡା ଆକ୍ଟିଭା ବିକ୍ରି ୨ କୋଟି ଟପିଲା
/sambad/media/post_attachments/wp-content/uploads/2018/10/Honda-activa-2-crore-med.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)