ଭୁବନେଶ୍ବର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଜାତୀୟ ସ୍ତରରେ ଆକ୍ଟିଭା ୧୨୫ର ବିଏସ୍-୬ ମଡେଲ୍କୁ ଉନ୍ମୋଚନ କରାଯାଇଛି। ପିଜିଏଲ୍ ହୋଣ୍ଡାର ବରମୁଣ୍ଡା ସୋ’ରୁମ୍ରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମର ଇ-ସିଧାପ୍ରସାରଣ କରାଯାଇଥିଲା। ଏକ ବଡ଼ ଏଲ୍ଇଡି ସ୍କ୍ରିନ୍ରେ ଗ୍ରାହକମାନେ ଆକ୍ଟିଭା ୧୨୫ ବିଏସ୍-୬ର ବଜାର ପ୍ରବେଶକୁ ଦେଖିଥିଲେ। ଏହି ଅବସରରେ ସୋ’ରୁମ୍ ମହାପ୍ରବନ୍ଧକ କୃଷ୍ଣ ଚନ୍ଦ୍ର ମଲ୍ଲିକ, ବ୍ୟବସାୟ ମୁଖ୍ୟ ରାଜେଶ କେଡ଼ିଆ, ପ୍ରଶାସନିକ ମୁଖ୍ୟ ସୁଜାତା ମହାପାତ୍ର, ଏଚ୍ଆର୍ ମୁଖ୍ୟ ନିବେଦିତା ପାଣିଗ୍ରାହୀ ଓ ଏଚ୍ଆର୍ ଏକ୍ଜିକ୍ୟୁଟିଭ୍ ଅଲୌକିକା ଆଦ୍ୟା ଉପସ୍ଥିତ ଥିଲେ।