ଭୁବନେଶ୍ୱର:କାର୍ ନିର୍ମାତା ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ) ଇଣ୍ଡିଆନ୍ ବ୍ୟାଙ୍କ ସହିତ ସହବନ୍ଧନ ଘୋଷଣା କରିଛି। ଏହି ସହଭାଗିତା ହୋଣ୍ଡାର କାର୍ ବିକ୍ରି ବ୍ୟବସ୍ଥାକୁ ସହଜ କରିବ। ଗ୍ରାହକମାନେ ସମଗ୍ର ଦେଶରେ ଇଣ୍ଡିଆନ ବ୍ୟାଙ୍କର ୫୭୦୦ରୁ ଅଧିକ ଶାଖା ଏବଂ ଏଚସିଆଇଏଲ ଡିଲର ନେଟୱର୍କରେ ଏହାର ଫାଇଦା ନେଇପାରିବେ। କମ୍ପାନିର ଭାଇସ ପ୍ରେସିଡେଣ୍ଟ (ମାର୍କେଟିଂ ଆଣ୍ଡ ସେଲ୍ସ୍) କୁନାଲ ବେହଲ କହିଛନ୍ତି, ଗ୍ରାହକଙ୍କୁ ସରଳ ଫାଇନାନ୍ସ ବିକଳ୍ପ ସହିତ ସର୍ବୋତ୍ତମ ଅନୁଭୂତି ଓ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଇଣ୍ଡିଆନ୍ ବ୍ୟାଙ୍କ ସହିତ ଏହି ବୁଝାମଣା ହୋଇଛି। ସେହିଭଳି ଇଣ୍ଡିଆନ ବ୍ୟାଙ୍କର ଜେନେରାଲ ମ୍ୟାନେଜର (ରିଟେଲ ଆସେଟ୍ସ) ବିକାଶ କୁମାର କହିଛନ୍ତି, ହୋଣ୍ଡା କାରସ୍ ସହିତ ଆମର ସହଯୋଗିତା ଆମର ଗ୍ରାହକଙ୍କୁ ଦ୍ରୁତତର ଅର୍ଥଲଗାଣ ନିମନ୍ତେ ସୁଯୋଗ ପ୍ରଦାନ କରିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp