ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୧୨୫ ସିସି ମୋଟରସାଇକଲ୍ ବର୍ଗରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। କଂପାନିର ସିବି ସାଇନ୍ ମୋଟରସାଇକଲ୍ ସିରିଜ୍ର ବିକ୍ରି ଦୀପାବଳି ପୂର୍ବରୁ ୭୦ ଲକ୍ଷ ସ୍ତର ଅତିକ୍ରମ କରିଛି। ଭାରତର ଏକ ନମ୍ବର ବିକ୍ରି ହେଉଥିବା ହୋଣ୍ଡା ସିବି ସାଇନ୍ ହେଉଛି ଦେଶରେ ଶ୍ରେଷ୍ଠ ବିକ୍ରି ହେଉଥିବା ଚାରିଟି ମୋଟରସାକଇଲ୍ ମଧ୍ୟରେ ଏକମାତ୍ର ୧୨୫ ସିସି ମୋଟରସାଇକଲ୍। ସାଇନ୍ ସିରିଜ୍ ସହିତ ୫୧% ବଜାର ଅଂଶକୁ ନେଇ ହୋଣ୍ଡା ୧୨୫ ସିସି ବର୍ଗରେ ଅଗ୍ରଣୀ ରହିଥିବା ବେଳେ ୧୦% ଅଭିବୃଦ୍ଧି ମଧ୍ୟ ହାସଲ କରିଛି । ୨୦୦୬ ରେ ସିବି ସାଇନ୍କୁ ପ୍ରଥମ ଉନ୍ମୋଚନ କରାଯାଇଥିଲା। ଦୁଇ ବର୍ଷ ଭିତରେ ୨୦୦୮ରେ ଏହା ୧୨୫ ସିସି ବର୍ଗର ଏକ ନମ୍ବର ବିକ୍ରି ହେଉଥିବା ମୋଟରସାଇକଲ୍ ହୋଇଥିଲା। ୨୦୧୦ ରେ ଏହା ୧୦ ଲକ୍ଷ ଗ୍ରାହକ ହାସଲ କରିଥିଲା। ୨୦୧୩ ବେଳକୁ ବିକ୍ରି ହେଉଥିବା ପ୍ରତି ତୃତୀୟ ୧୨୫ ସିସି ମୋଟରସାଇକଲ୍ ଥିଲା ସିବି ସାଇନ୍। ୨୦୧୪ ଏହାର ବିକ୍ରି ୩୦ ଲକ୍ଷ ଓ ୨୦୧୭ରେ ୫୦ ଲକ୍ଷ ଅତିକ୍ରମ କରିଥିଲା।
ଦୀପାବଳି ପୂର୍ବରୁ ହୋଣ୍ଡା ସିବି ସାଇନ୍ର ବିକ୍ରି ୭୦ ଲକ୍ଷ ଟପିଲା
/sambad/media/post_attachments/wp-content/uploads/2018/10/Honda-CB-Shine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)