ନୂଆଦିଲ୍ଲୀ: ହୋଣ୍ଡା କାରସ୍ ଇଣ୍ଡିଆ (ଏଚ୍ସିଆଇଏଲ୍) ପକ୍ଷରୁ ଏହାର ତିନିଟି ମଡେଲ୍ ହୋଣ୍ଡା ସିଟି, ହୋଣ୍ଡା ଆମେଜ୍ ଏବଂ ହୋଣ୍ଡା ଡବ୍ଲ୍ୟୁଆର୍ଭିର ସ୍ୱତନ୍ତ୍ର ସଂସ୍କରଣକୁ ଉନ୍ମୋଚନ କରାଯାଇଛି। ଏହି ସ୍ୱତନ୍ତ୍ର ଏଡିସନ୍ଗୁଡ଼ିକରେ ରହିଛି ହୋଣ୍ଡା ସିଟି ୨୦ତମ ବାର୍ଷିକୀ ଏଡିସନ୍, ହୋଣ୍ଡା ଆମେଜ୍ ପ୍ରାଇଡ୍ ଏଡିସନ୍ ଏବଂ ହୋଣ୍ଡା ଡବ୍ଲ୍ୟୁଆର-ଭି ଏଜ୍ ଏଡିସନ୍। ହୋଣ୍ଡା ସିଟିର ୨୦ତମ ବାର୍ଷିକୀ ସଂସ୍କରଣ ‘ଜେଡଏକ୍ସ’ ଭାରିଆଣ୍ଟ୍ରେ ଉପଲବ୍ଧ ହେଉଛି। ଆମେଜ୍ ପ୍ରାଇଡ୍ ଏଡିସନ୍୍ରେ ଅନେକ ନୂଆ ବୈଶିଷ୍ଟ୍ୟ ସମେତ ସର୍ବାଧୁନିକ ଇନ୍ଫୋଟେନ୍ମେଣ୍ଟ୍ ସିଷ୍ଟମ୍ ରହିଛି। ଏହା ମଡେଲ୍ର ‘ଏସ୍(ଓ)‘ ଭାରିଆଣ୍ଟ୍ରେ ଉପଲବ୍ଧ ହେଉଛି। ହୋଣ୍ଡା ଡବ୍ଲ୍ୟୁଆର୍-ଭି ଏଜ୍ ଏଡିସନ୍ ‘ଏସ୍’ ଭାରିଆଣ୍ଟ୍ରେ ଗ୍ରାହକମାନଙ୍କୁ ଆଲଏ ହ୍ଵିଲ୍ ଏବଂ ନିରାପତ୍ତା ପ୍ୟାକେଜ୍ ପ୍ରଦାନ କରୁଛି।
ହୋଣ୍ଡା ସିଟି, ଆମେଜ୍ ଓ ଡବ୍ଲ୍ୟୁଆର୍-ଭିର ସ୍ୱତନ୍ତ୍ର ଏଡିସନ୍
/sambad/media/post_attachments/wp-content/uploads/2017/12/4.-Honda-City.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)