ଭାରତରେ ହୋଣ୍ଡା ସିଟିର ୨୦ ବର୍ଷର ଯାତ୍ରା

ଭୁବନେଶ୍ୱର: ଭାରତର ଅଗ୍ରଣୀ ଯାତ୍ରୀବାହୀ କାର୍‌ ନିର୍ମାତା ହୋଣ୍ଡା କାରସ୍‌ ଇଣ୍ଡିଆ ଲିମିଟେଡ୍‌ ଭାରତରେ ୨୦ ବର୍ଷର ଯାତ୍ରାକୁ ପାଳନ କରୁଛି। ୧୯୯୮ ମସିହାରେ ପ୍ରଥମ ହୋଣ୍ଡା ସିଟି ଭାରତରେ ଉନ୍ମୋଚନ ହୋଇଥିଲା। ଇତି ମଧ୍ୟରେ ଏହାର ଚତୁର୍ଥ ପିଢ଼ି ବଜାରକୁ ଆସିସାରିଲାଣି। ବିଶ୍ୱରେ ବିକ୍ରି ହେଉଥିବା ହୋଣ୍ଡା ସିଟି ମଧ୍ୟରୁ ୨୫% ଭାରତୀୟ ବଜାରରେ ବିକ୍ରି ହେଉଛି। ଏ ସମ୍ପର୍କରେ କଂପାନିର ସଭାପତି ଓ ସିଇଓ ୟୋଇଚିରୋ ୟୁଏନୋ କହିଛନ୍ତି ଯେ ଭାରତରେ ହୋଣ୍ଡା ସିଟିର ୨୦ ବର୍ଷକୁ ପାଳନ କରୁଥିବାରୁ ଆମେ ଗର୍ବିତ।

ସମ୍ବନ୍ଧିତ ଖବର