ଭାରତରେ ୩୫ ନିୟୁତ ମାଇଲଖୁଣ୍ଟ ଛୁଇଁଲା ହୋଣ୍ଡା ଟୁ ହ୍ଵିଲର୍ସ

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାର ଉତ୍ସବ ପାଳନ କରୁଛି। ଭାରତରେ କଂପାନିର ଥିବା ଚାରିଟି କାରଖାନାରେ ସାମହୁିକ ଉତ୍ପାଦନ ପରିମାଣ ୩୫ ନିୟୁତରୁ ଅଧିକ ହୋଇଛି । ଶିଳ୍ପରେ କଂପାନି ଏଭଳି ପ୍ରଥମ ମାଇଲଖୁଣ୍ଟ ସ୍ଥାପନ କରିଛି ଏବଂ ଏହା ଭାରତର ଏକ ମାତ୍ର ଦୁଇ ଚକିଆ ବ୍ରାଣ୍ଡ୍‌ ଯାହା ଉଲ୍ଲେଖନୀୟ ହାରରେ ବୃଦ୍ଧି ହାସଲ କରିଛି ଏବଂ ମାତ୍ର ୧୭ ବର୍ଷ ଭିତରେ ଏହା ୩୫ ନିୟୁତ ମାଇଲଖୁଣ୍ଟ ଅତିକ୍ରମ କରିଛି।  ହୋଣ୍ଡା ଟୁ ହ୍ଵିଲର୍ସ ୨୦୦୧ ରେ ଭାରତରେ କାରବାର ଆରମ୍ଭ କରିଥିଲା । ପ୍ରଥମ ୧୦ ନିୟୁତ ମାଇଲଖୁଣ୍ଟ ହାସଲ କରିବା ପାଇଁ କଂପାନିକୁ ୧୧ ବର୍ଷ ସମୟ ଲାଗିଥିଲା ।

୨୦୧୨ରେ କଂପାନି ଏହି ସ୍ତର ହାସଲ କରିଥିଲା। ଏହା ପରେ ଗ୍ରାହକମାନଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିଥିବା ହୋଣ୍ଡା ସାଢ଼େ ୫ ବର୍ଷ ଭିତରେ ଆଉ ୨୫ ନିୟୁତ ଗ୍ରାହକ ହାସଲ କରିଥିଲା । ଏବେ ହୋଣ୍ଡା ପରିବାରରେ ୩୫ ନିୟୁତରୁ ଅଧିକ ଗ୍ରାହକ ସାମିଲ ହୋଇଛନ୍ତି । ପ୍ରତି ସେକେଣ୍ଡରେ ଜଣେ ଗ୍ରାହକ ହୋଣ୍ଡା ଗାଡ଼ି କିଣୁଛନ୍ତି ବୋଲି କମ୍ପାନି ଦାବି କରିଛି । ରାଜସ୍ଥାନର ଟାପୁକାରାଠାରେ ଥିବା କାରଖାନାରୁ ଐତିହାସିକ ୩୫ ନିୟୁତ ତମ ଦୁଇଚକିଆକୁ ଉନ୍ମୋଚନ କରି, କମ୍ପାନିର ସିଇଓ ମିନୋରୁ କାଟୋ କହିଛନ୍ତି ଯେ,ହୋଣ୍ଡା-ଟୁହ୍ଵିଲର୍ସ ଇଣ୍ଡିଆ ଆଜି ୩୫ ନିୟୁତତମ ଦୁଇଚକିଆର ମାଇଲଖୁଣ୍ଟକୁ ପାଳନ କରୁଛି। ଏହି ଭଲ ପାଇବା ଏବଂ ବିଶ୍ୱାସକୁ ଆଗକୁ ବଢ଼ାଇ, ଆମେ ହୋଣ୍ଡାରେ ଗୁଣାତ୍ମକ ଉତ୍ପାଦ ଏବଂ ଅନୁଭୂତି ଜରିଆରେ ଆମର ଗ୍ରାହକଙ୍କ ଜୀବନକୁ ଅଧିକ ଉପଭୋଗ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।’’

ସମ୍ବନ୍ଧିତ ଖବର