ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହେଲା ଏୟାର ବ୍ୟାଗ ଥିବା ହୋଣ୍ଡା ଗୋଲ୍ଡଉଇଙ୍ଗ୍। ଏହି ବାଇକଟି ଦେଖିବାକୁ ଯେତିକି ସୁନ୍ଦର, ଏହାର ଦାମ୍ ମଧ୍ୟ ସେତେ ଅଧିକ। ଏହି ଗାଡ଼ିର ଦାମ ଯେତିକି ରହିଛି, ତା’ଠାରୁ କମ ଟଙ୍କାରେ ଆପଣ ଏକ ଫର୍ଚ୍ୟୁନର କାର ସହଜରେ କିଣିପାରିବେ। ଭାରତରେ ଏହି ବାଇକ୍ ଲଞ୍ଚ ହେବା ପରେ ଏହାର ଦାମ ରହିଛି ୩୯.୨୦ଲକ୍ଷ ଟଙ୍କା। ଗୋଟେ ଫର୍ଚ୍ୟୁନର କାରର ମୂଲ୍ୟ ୩୨ଲକ୍ଷ ଥିବା ବେଳେ ଏହାଠାରୁ ଢ଼େର ଅଧିକ ରହିଛି ହୋଣ୍ଡା ଗୋଲ୍ଡଉଇଙ୍ଗର ମୂଲ୍ୟ। ତେବେ ବାଇକ ହୋଇ ବି ଏଥିରେ କାର ଭଳି ସୁବିଧା ରହିଥିବା ଜଣାପଡ଼ିଛି।
କାରରେ ଏୟାରବ୍ୟାଗ ରହିବା ସାଧାରଣ କଥା, ହେଲେ ବାଇକରେ ଏୟାରବ୍ୟାଗ ଥିବା କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଆଜ୍ଞା ହଁ, ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ କମ୍ପାନି ଭାରତରେ ହୋଣ୍ଡା ଗୋଲ୍ଡଉଇଙ୍ଗ୍ ଟୁର୍ ବାଇକ୍ ଲଞ୍ଚ କରିଛି, ଯେଉଁ ବାଇକରେ ଏୟାରବ୍ୟାଗ ରହିଛି । ବର୍ତ୍ତମାନର ଦୁର୍ଘଟଣାର ହାର ଅଧିକ ରହିଥିବା ବେଳେ ବାଇକ ପ୍ରେମୀମାନେ ଏହି ହୋଣ୍ଡା ଗୋଲ୍ଡଉଇଙ୍ଗକୁ କିଣିପାରିବେ।
aajtakଗୁଡଗାଓଁ ସୋରୁମରେ ହୋଣ୍ଡା ଗୋଲ୍ଡଉଇଙ୍ଗ୍ ବାଇକର ଦାମ ରହିଛି ୩୯.୨୦ଲକ୍ଷ ଟଙ୍କା । ଗୁଡଗାଓଁ ବ୍ୟତୀତ ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, କୋଚି, ଇନ୍ଦୋର, କୋଲକାତା ଭଳି ସହରରେ ଥିବା ବିଗଉଇଙ୍ଗ୍ ଟପଲାଇନ ଡିଲରସିପରେ ଏହାର ବୁକିଙ୍ଗ ହେଇପାରୁଛି । ଚେନ୍ନାଇ, କୋଚି, ବେଙ୍ଗାଲୁରୁରେ ଏହି ବାଇକର ସୋରୁମ ଦାମ ୪୦ଲକ୍ଷରୁ ଅଧିକ ରହିଛି । କମ୍ପାନି ଏହି ବାଇକରେ ୧୮୩୩ସିସିର ଇଞ୍ଜିନ ଦେଇଛି ।
ହୋଣ୍ଡା ଗୋଲ୍ଡଉଇଙ୍ଗ୍ ବାଇକରେ ଏୟାରବ୍ୟାଗ ବ୍ୟତୀତ ଅନେକ ସୁବିଧାଜନକ ଫିଚର୍ସ ରହିଛି। ଏଥିରେ ଗୋଟିଏ 'ଏକ୍ସଟେନଡେଡ୍ ଇଲୋଟ୍ରୋନିକ ସ୍କ୍ରିନ' ରହିଥିବା ସହ 'ଟିଏଫଟି ଲିକ୍ୟୁଇଡ କ୍ରିଷ୍ଟାଲ ଡିସପ୍ଲେ ସ୍କ୍ରିନ' ରହିଛି । ହୋଣ୍ଡାର ଏହି ବାଇକରେ 'ଜାଇରୋସ୍କୋପ'ର ସୁବିଧା ମଧ୍ୟ ଦିଆଯାଇଛି, ଯାହା ଟନେଲରେ ବାଇକ ଚାଳକକୁ ଗାଡ଼ି ଚଳାଇବାରେ ସାହାଯ୍ୟ କରିବ। ଏଥିରେ 'ଆପୋଲୋ କାରପ୍ଲେ', 'ଆଣ୍ଡ୍ରଏଡ ଅଟୋ', 'ବ୍ଲୁଟୁଥ୍' ଓ 'ଟାଇପ ସି ୟୁଏସବି ସକେଟ', 'କ୍ରୁଜ କଣ୍ଟ୍ରୋଲ' ଓ କାର ଭଳି 'ଅଟୋମେଟିକ ଟ୍ରାନ୍ସମିସନ'ର ସୁବିଧା ରହିଛି । ବାଇକକୁ 'ମାନୁଆଲ ମୋଡ'ରେ ମଧ୍ୟ ଚଲାଇ ପାରିବେ ଲୋକେ। ଏହି ବାଇକର ଟାଙ୍କିରେ ୨୧ଲିଟର ତେଲ ଧରିବାର କ୍ଷମତା ତହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/t-50.jpg)