ଭୁବନେଶ୍ୱର: ହୋଣ୍ଡା କମ୍ପାନି ଦ୍ୱାରା କିଛି ମାସ ତଳେ ଲଞ୍ଚ୍ କରାଯାଇଥିବା ଟ୍ରେଣ୍ଡି ସ୍କୁଟର ଏକ ବିରଳ ସଫଳତା ହାସଲ କରିଛି । ଲଞ୍ଚ୍ ହେବାର ମାତ୍ର ୨.୫ ମାସ ଭିତରେ ଏହାର ବିକ୍ରି ୫୦,୦୦୦ ୟୁନିଟ୍ରୁ ଅଧିକ ହୋଇଛି। ଭାରତୀୟ ସ୍କୁଟର ଶିଳ୍ପରେ ଏହା ଏକ ରେକର୍ଡ ବୋଲି କମ୍ପାନି କହିଛି ।
ଉଲ୍ଲେଖଯୋଗ୍ୟ, ଉନ୍ମୋଚନ ହେବା ମାସରେ ହିଁ ଗ୍ରାଜିଆ ଦେଶର ସର୍ବାଧିକ ବିକ୍ରି ହେଉଥିବା ଶ୍ରେଷ୍ଠ ୧୦ ଟି ସ୍କୁଟର ମଡେଲ୍ ତାଲିକାରେ ସ୍ଥାନ ପାଇଥିଲା । ଏ ସମ୍ପର୍କରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ‘ଯାହା ଗ୍ରାଜିଆଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଛି ତାହା ହେଉଛି ଏହାର ଆଧୁନିକ ଷ୍ଟାଇଲ୍, ଉଚ୍ଚ ଗୁଣାତ୍ମକ ମାନ, ସୁପରିୟର ଭରସା ଏବଂ ଏଲ୍ଇଡି ହେଡଲ୍ୟାମ୍ପ, ଫୁଲି ଡିଜିଟାଲ ମିଟର ସହିତ ୩ ଷ୍ଟେପ୍ ଇକୋ ସ୍ପିଡ୍ ଇଣ୍ଡିକେଟର୍ ଭଳି ଅନେକ ଶିଳ୍ପର ପ୍ରଥମ ବୈଶିଷ୍ଟ୍ୟ। ଉନ୍ମୋଚନ ହେବାର ଅଢ଼େଇ ମାସ ଭିତରେ ଗ୍ରାଜିଆର ବିକ୍ରି ୫୦,୦୦୦ ୟୁନିଟ୍ ଅତିକ୍ରମ କରିଛି।
ଗ୍ରାଜିଆ ହେଉଛି ଦେଶର ପ୍ରଥମ ସ୍କୁୂଟର ଯେଉଁଥିରେ କାରଖାନାରୁ ଏଲ୍ଇଡି ଲ୍ୟାମ୍ପ ଲାଗିକି ଆସୁଛି । ଏଥିରେ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟେସନ୍ ସହିତ ଟଚୋମିଟର ରହିଥିବା ବେଳେ ଏହାର ୩ ଷ୍ଟେପ୍ ଇକୋ-ସ୍ପିଡ୍ ଇଣ୍ଡିକେଟର ମାଇଲେଜ୍ର ବାସ୍ତବ ସୂଚନା ପ୍ରଦାନ କରୁଛି। ଏହା ୬ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୫୮,୧୩୩ ଟଙ୍କା ରହିଛି।