ହୋଣ୍ଡା ବିକିଲା ୫ ଲକ୍ଷରୁ ଅଧିକ ଗାଡ଼ି

ଗୁରୁଗ୍ରାମ: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ପକ୍ଷରୁ ଅକ୍ଟୋବର ମାସରେ ୫,୨୭,୧୮୦ଟି ଗାଡ଼ି ବିକ୍ରି କରାଯାଇଛି। ଏହି ମାସରେ କଂପାନିର ରପ୍ତାନି ମଧ୍ୟ ୯ ପ୍ରତିଶତ ବଢ଼ିଛି। ଦେଶ ଭିତରେ ହୋଣ୍ଡା ୪୯୪,୪୫୯ଟି ଗାଡ଼ି ବିକିଥିବା ବେଳେ ୩୨,୭୨୧ଟି ଗାଡ଼ି ରପ୍ତାନି କରିଛି। ଉତ୍ସବ ଋତୁ ଯୋଗୁଁ କଂପାନିର ନୂଆ ଉତ୍ପାଦ ହାଇନେସ୍‌ ସିବି-୩୫୦କୁ ନେଇ ଗ୍ରାହକଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି ବୋଲି କଂପାନିର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି। ଧନତେରସ ଓ ଦୀପାବଳିରେ ମଧ୍ୟ ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିବାକୁ ଆମେ ଆଶା ରଖିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର