ଭାରତୀୟ ବଜାରରେ ହୋଣ୍ଡା  ଡିଓର ୨୦୧୮ ଏଡିସନ 

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ନୂଆ ସ୍କୁଟର ଡିଓର ୨୦୧୮ସଂସ୍କରଣକୁ ଉନ୍ମୋଚନ କରାଯାଇଛି। ଡିଓ ନୂଆ ଡିଲକ୍ସ ଭାରିଆଣ୍ଟରେ ଉପଲବ୍ଧ ହେବ।

ହୋଣ୍ଡାର ନୂଆ ଡିଓରେ ସମ୍ପୂର୍ଣ୍ଣ ନୂଆ ଏଲଇଡି ହେଡଲ୍ୟାମ୍ପ୍‌ ଓ ପୋଜିସନ୍‌ ଲ୍ୟାମ୍ପ୍‌ ଏହାକୁ ମୋଟୋ-ସ୍କୁଟରରେ ପରିଣତ କରିଛି। ଏଥିରେ ୪  ଇନ୍‌ ୧ ଲକ୍‌ ସହିତ ସିଟ୍‌ ଓପୋନର୍‌, ଫ୍ରଣ୍ଟ ହୁକ୍‌ ଓ ରିଟ୍ରାକ୍ଟେବଲ୍‌ ରିଅର ହୁକ୍‌ ସୁବିଧା ରହିଛି। ଏହି ନୂଆ ସ୍କୁଟରରେ ମେଟାଲ୍‌ ମଫଲର୍‌ ପ୍ରୋଟେକ୍ଟର ବ୍ୟବହାର କରାଯାଇଛି। ଏହି ସବୁ ସାଧାରଣ ବୈଶିଷ୍ଟ୍ୟ ବ୍ୟତୀତ ଏଥିରେ ନୂଆ ଫୁଲି ଡିଜିଟାଲ୍‌ ମିଟର ରହିିଛି ଯେଉଁଥିରେ ତିନି ଷ୍ଟେପ୍‌ ଇକୋ ସ୍ପିଡ୍‌ ମିଟର୍‌ ଓ ସର୍ଭିସ୍‌ ଡ୍ୟୁ ଇଣ୍ଡିକେଟର ଭଳି ସୁବିଧା ରହିଛି। ଏଥିରେ ସିଗ୍ନେଚର ଗୋଲ୍‌ଡ ରିମ୍‌ ଓ ଟ୍ରେଣ୍ଡି ରଙ୍ଗ ବିକଳ୍ପ ମଧ୍ୟ ରହିଛି ।  ନୂଆ ଡିଓରେ ୧୧୦ ସିସି ଏଚଇଟି (ହୋଣ୍ଡା ଇକୋ ଟେକ୍ନୋଲୋଜି) ଇଂଜିନ ରହିଛି ଯାହା ଶକ୍ତି ଓ ମାଇଲେଜ୍‌ର ଏକ ଉପଯୁକ୍ତ ସମିଶ୍ରଣ। ଏହି ଇଂଜିନ ଅଧିକ ଦହନ, କମ୍‌ କମ୍ପନ ଓ ଉନ୍ନତ ଶୀତଳତା ପ୍ରଦାନ କରୁଛି ଯାହା ପ୍ରଦର୍ଶନକୁ ବଢ଼ାଉଛି। ଗ୍ରାହକମାନେ ନିଜ ସ୍ମାର୍ଟଫୋନକୁ ଚାର୍ଜ କରିବା ପାଇଁ ଏକ ମୋବାଇଲ୍‌ ସକେଟ୍‌ ପାଇାପାରିବେ।

ନୂଆ ସ୍କୁଟର ବିଷୟରେ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ  କହିଛନ୍ତି ଯେ, ‘ଡିଓର ୧୫ ବର୍ଷର ପରମ୍ପରାକୁ ଆଗକୁ ବଢ଼ାଇ, ୨୦୧୮ ଅବତାର ୨ ଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି। ଷ୍ଟାଇଲିସ ନୂଆ ଲୁକ୍‌, ନୂଆ ଡିଜିଟାଲ୍‌ ମିଟର୍‌,୩ ଷ୍ଟେପ୍‌ ଇକୋ ସ୍ପିଡ୍‌ ଇଣ୍ଡିକେଟର୍‌ ଓ ସର୍ଭିସ ଡ୍ୟୁ ଇଣ୍ଡିକେଟର୍‌ ଭଳି ପୂର୍ବାପେକ୍ଷ  ଅଧିକ ଯୁବ ସୁଲଭତା ସହିତ ନୂଆ ଡିଓ ନିଜ ସ୍ତରକୁ ଆହୁରି ଉପରକୁ ନେଇଯାଇଛି। ଭାରତରୁ ସର୍ବାଧିକ ରପ୍ତାନି ହେଉଥିବା ସ୍କୁଟର ହେଉଛି ଡିଓ ଓ ଏହାର ରପ୍ତାନି ପରିମାଣ ୫ ଲକ୍ଷ ଅତିକ୍ରମ କରିଯାଇଛି ।

 

ସମ୍ବନ୍ଧିତ ଖବର