ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭା-ଆଇ ଓ ଆଭିଏଟରର ୨୦୧୮ ଏଡିସନ

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପକ୍ଷରୁ ଆଭିଏଟର୍‌ ଓ ଆକ୍ଟିଭା ଆଇର ୨୦୧୮ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି। ସମ୍ପୂର୍ଣ୍ଣ ନୂଆ ଆଭିଏଟର୍‌ରେ ଏକ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌ , ୪-ଇନ୍‌-୧ ଲକ୍‌ ସହିତ ସିଟ୍‌ ଓପନର୍‌ ସ୍ୱିଚ୍‌, ମେଟାଲ୍‌ ମଫଲର୍‌ ପ୍ରୋଟେକ୍ଟର୍‌ ଓ ସାମ୍ନା ଓ ରିଟ୍ରାକ୍ଟେବଲ୍‌ ପଛ ହୁକ୍‌ ରହିଛି। ସେହିପରି କମ୍ପାକ୍ଟ ସ୍କୁଟର୍‌ ଆକ୍ଟିଭା ଆଇରେ ଏବେ ଅଧ୍ୟାଧୁନିକ ବୈଶିଷ୍ଟ୍ୟ ଯଥା ଏକ ନୂଆ ଡାଇନାମିକ୍‌ ଇନ୍‌ଷ୍ଟ୍ରୁମେଣ୍ଟ ପ୍ୟାନେଲ ସହିତ ନୀଳ ବ୍ୟାକ୍‌ଲିଟ୍‌, ୪ ଇନ୍‌ ୧ ଲକ୍‌ ସହିତ ସିିଟ୍‌ ଓପୋନର୍‌ ସ୍ୱିଚ୍‌, ସାମ୍ନା ହୁକ୍‌ ଓ ମେଟାଲ୍‌ ମଫ୍‌ଲର୍‌ ପ୍ରୋଟେକ୍ଟର ରହିଛି। ୨୦୧୮ ଆଭିଏଟର୍‌ ହେଉଛି ଷ୍ଟାଇଲ୍‌ ଓ ଆରାମର ଏକ ଉପଯୁକ୍ତ ସମନ୍ଵୟ । ଏଥିରେ ନୂଆ ଏଲଇଡି ହେଡ୍‌ଲ୍ୟାମ୍ପ ସହିତ ଆଭିଏଟର୍‌ ସିଗ୍ନେଚର ରହିଛି। ଏଥିରେ ଏବେ ମେଟାଲ୍‌ ମଫଲର୍‌ ପ୍ରୋଟେକ୍ଟର, ଏକ ସାମ୍ନା ହୁକ୍‌ ଓ ରେଟ୍ରାକ୍ଟେବଲ୍‌ ପଛ ହୁକ୍‌ ଲଗାଯାଇଛିି ଯାହା ବ୍ୟବହାରକାରୀଙ୍କୁ ଅଧିକ ସୁବିଧା ପ୍ରଦାନ କରିବ। ନୂଆ ଆଭିଏଟର୍‌ ୨୦୧୮ ଏଡିସନ୍‌ ଏବେ ପର୍ଲ ସ୍ପାର୍ଟାନ୍‌ ରେଡ୍‌ ରଙ୍ଗରେ ଉପଲବ୍ଧ ହେବ। ପୂର୍ବରୁ ଏହା ତିନିଟି ରଙ୍ଗ ପର୍ଲ ଇଗନିଅସ୍‌ ବ୍ଲାକ୍‌/ ମେଟ୍‌ ସେଲେନ୍‌ ସିଲଭର୍‌ ମେଟାଲିକ୍‌, ପର୍ଲ ଆମେଜିଂ ହ୍ଵାଇଟ୍‌ରେ ଉପଲବ୍ଧ ହେଉଛି। ଏହା ଷ୍ଟାଣ୍ଡାର୍ଡ, ଆଲଏ ଡ୍ରମ୍‌ ଓ ଆଲଏ ଡିସ୍କ ଭଳି ତିନିଟି ଭାରିଆଂଟ୍‌ରେ ଉପଲବ୍ଧ ହେଉଛି। ଏହାର ଦିଲ୍ଲୀ ଏକ୍ସ ସୋରୁମ୍‌ ମୂଲ୍ୟ ୫୫,୧୫୭ ଟଙ୍କା ରହିଛି। ସେହିପରି ୨୦୧୮ ଆକ୍ଟିଭା ଆଇ ଦୁଇଟି ନୂଆ ରଙ୍ଗ କାଣ୍ଡି ଜାଜି ବ୍ଲୁ ଓ ମ୍ୟାଟ୍‌ ଆକ୍ସିସ୍‌ ଗ୍ରେ ମେଟାଲିକ୍‌୍‌ ରଙ୍ଗରେ ଉପଲବ୍ଧ ହେବ। ପୂର୍ବରୁ ଏହାର ତିନିଟି ରଙ୍ଗ ରହିଛି। ଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍‌ ଦର ୫୦,୦୧୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର