୩ଟି ମଡେଲର ସ୍ୱତନ୍ତ୍ର ସଂସ୍କରଣ ଛାଡ଼ିଲା ହୋଣ୍ଡା

ନୂଆଦିଲ୍ଲୀ : ପାସେଞ୍ଜର କାର୍‌ ନିର୍ମାତା କମ୍ପାନି ହୋଣ୍ଡା ପକ୍ଷରୁ ଏହାର ତିନିଟି ମଡେଲ୍‌ ହୋଣ୍ଡା ସିଟି, ହୋଣ୍ଡା ଆମେଜ୍‌ ଏବଂ ହୋଣ୍ଡା ଡବ୍‌ଲ୍ୟୁଆର୍‌ଭିର ସ୍ୱତନ୍ତ୍ର ସଂସ୍କରଣ ଲଞ୍ଚ୍‌ କରାଯାଇଛି । ଏଗୁଡିକ ହେଉଛି ହୋଣ୍ଡା ସିଟି ୨୦ତମ ବାର୍ଷିକୀ ଏଡିସନ୍‌, ହୋଣ୍ଡା ଆମେଜ୍‌ ପ୍ରାଇଡ୍‌ ଏଡିସନ୍‌ ଏବଂ ହୋଣ୍ଡା ଡବ୍‌ଲ୍ୟୁଆର-ଭି ଏଜ୍‌ ଏଡିସନ୍‌।

ହୋଣ୍ଡା ସିଟି ୨୦ତମ ବାର୍ଷିକୀ ସଂସ୍କରଣ

ଭାରତରେ ହୋଣ୍ଡା ସିଟି କାରବାରର ସଫଳ ୨୦ ବର୍ଷ ପାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ୨୦ତମ ବାର୍ଷିକୀ ଏଡିସନ୍‌ ହୋଣ୍ଡା ସିଟି ଉନ୍ମୋଚନ କରାଯାଇଛି, ଯାହାର ବାହାର ପାର୍ଶ୍ୱରେ ଅନେକ ନିର୍ଦିଷ୍ଟ ଷ୍ଟାଇଲ ଏବଂ ମୂଲ୍ୟଯୁକ୍ତ ବୈଶିଷ୍ଟ୍ୟ ପ୍ରଦାନ କରାଯାଇଛି ଯାହା ଏହି ମଡେଲ୍‌ର ଆକର୍ଷଣକୁ ଆହୁରି ବଢ଼ାଇ ଦେଇଛି। ୨୦ ତମ ବାର୍ଷିକୀ ଏଡିସନ୍‌ ହୋଣ୍ଡା ସିଟିର ଜେଡଏକ୍ସ ଭାରିଆଣ୍ଟ ଉପରେ ପର୍ଯ୍ୟବେସିତ ଏବଂ ଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍‌ ମୂଲ୍ୟ ସିଭିଟି ପେଟ୍ରୋଲ ପାଇଁ୧୩,୭୪,୫୩୨ଟଙ୍କା ଏବଂ ଡିଜେଲ୍‌ ଏମ୍‌ଟି ପାଇଁ ୧୩,୮୨,୩୮୨ଟଙ୍କା ରହିଛି।

 

ହୋଣ୍ଡା ଆମେଜ୍‌ ପ୍ରାଇଡ୍‌ 

ହୋଣ୍ଡା ଆମେଜ୍‌ ପ୍ରାଇଡ୍‌ ଏଡିସନ୍‌ ସର୍ବାଧୁନିକ ଇନ୍‌ଫୋଟେନ୍‌ମେଣ୍ଟ ବ୍ୟବସ୍ଥା ଜରିଆରେ ଅଧିକ ଆକର୍ଷଣୀୟ ହୋଇପାରିଛି ଏବଂ ଏହାର ବାହାର ପାଖ ଏବଂ ନିରାପତ୍ତାରେ ଉନ୍ନତି ଅଣାଯାଇଛି। ଏହି ଏଡିସନ୍‌ ଆମେଜ୍‌ର ଏସ୍‌(ଓ)ଏମ୍‌ଟି ଗ୍ରେଡ୍‌ ଉପରେ ପର୍ଯ୍ୟବେସିତ ଓ ଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍‌ ଦର (ପେଟ୍ରୋଲ୍‌) ୬,୨୯,୯୦୦ଟଙ୍କା ଏବଂ (ଡିଜେଲ) ୭,୮୩,୪୮୬ଟଙ୍କା ରହିଛି।

 

ହୋଣ୍ଡା ଡବ୍‌ଲ୍ୟୁଆର୍‌-ଭି ଏଜ୍‌ ଏଡିସନ୍‌

ହୋଣ୍ଡା ଡବ୍‌ଲ୍ୟୁଆର୍‌-ଭି ’ଏଜ୍‌ ଏଡିସନ୍‌’ ଷ୍ଟାଇଲିସ୍‌ ବାହାର ପାର୍ଶ୍ୱ ଏବଂ ଅତିରିକ୍ତ ନିରାପତ୍ତା ବୈଶିଷ୍ଟ୍ୟ ସହିତ ଏସ୍‌ ଗ୍ରେଡ୍‌ରେ ଉପଲବ୍ଧ ହେଉଛି। ଡବ୍‌ଲ୍ୟୁଆର୍‌-ଭି ଏଜ୍‌ ଏଡିସନ୍‌ର ଦିଲ୍ଲୀ ଏକ୍ସ ସୋ’ରୁମ ମୂଲ୍ୟ (ପେଟ୍ରୋଲ) ୮,୦୧,୦୧୭ ଟଙ୍କା ଏବଂ (ଡିଜେଲ)୯,୦୪,୬୮୩ ଟଙ୍କା ଟଙ୍କା ରହିଛି।

ସମ୍ବନ୍ଧିତ ଖବର