ବଜାରକୁ ଆସିଲା ହୋଣ୍ଡା ୨୦୧୮ ସିଡି ୧୧୦ ଡ୍ରିମ ଡିଏକ୍ସ, ମୂଲ୍ୟ ୪୮,୬୪୧ ଟଙ୍କା

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୨୦୧୮ ସିଡି ୧୧୦ ଡ୍ରିିମ୍‌ ଡିଏକ୍ସର ଉପଲବ୍ଧତା ବିଷୟରେ ଘୋଷଣା କରାଯାଇଛି। ପ୍ରଥମ ଥର ମୋଟରସାଇକଲ୍‌ କିଣୁଥିବା ଗ୍ରାହକଙ୍କ ପାଖରେ ଏହା ବେଶ ଲୋକପ୍ରିୟ। ୧୯୪୯ରେ ଜାପାନ୍‌ରେ ଉନ୍ମୋଚିତ ହୋଇଥିବା ପ୍ରଥମ ଗଣ ମୋଟରସାଇକଲ୍‌ ଡ୍ରିମ୍‌ ଡି ର ପରମ୍ପରାକୁ ନୂଆ ୨୦୧୮ ସିଡି ୧୧୦ ଡ୍ରିମ୍‌ ଡିଏକ୍ସ ଆଗକୁ ବଢ଼ାଉଛି । ଏହି ନୂଆ ବାଇକ୍‌ରେ ଆକର୍ଷଣୀୟ ଗୋଲ୍ଡ ଗ୍ରାଫିକ୍ସ ଓ କ୍ରୋମ୍‌ ମଫଲର୍‌ ପ୍ରୋଟେକ୍ଟର ରହିଛି। ଏହାର ପଛରେ ଏକ ହେଭି ଡ୍ୟୁଟି କ୍ୟାରିୟର୍‌ ରହିଛି। ଏହାର ଲମ୍ବା ସିଟ୍‌ ଓ ହ୍ଵିଲ୍‌ ବେସ୍‌ ଆରାମଦାୟକ ଗାଡ଼ିଚାଳନାର ପ୍ରତିଶ୍ରୁତି ପ୍ରଦାନ କରୁଛି। ଏହାର ଦୀର୍ଘସ୍ଥାୟୀ ସସ୍‌ପେନ୍‌ସନ୍‌ ଚାପମୁକ୍ତ ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରୁଛି। ହୋଣ୍ଡା ସିଡି ୧୧୦ ଡ୍ରିମ୍‌ ଡିଏକ୍ସରେ ୧୧୦ ସିସି ଏଚ୍‌ଇଟି (ହୋଣ୍ଡା ଇକୋ ଟେକ୍‌ନୋଲୋଜି ) ଇଂଜିନ ରହିଛି ଯାହା ଶକ୍ତି ଓ ମାଇଲେଜ୍‌ର ଏକ ଉଚିତ ସନ୍ତୁଳନ ପ୍ରଦାନ କରୁଛି। ଏହା ବ୍ଲାକ୍‌ ସହିତ କ୍ୟାବିନ୍‌ ଗୋଲ୍ଡ, ବ୍ଲାକ୍‌ ସହିତ ଗ୍ରିନ୍‌ ମେଟାଲିକ୍‌, ବ୍ଲାକ୍‌ ସହିତ ଗ୍ରେ ସିଲଭର୍‌ ମେଟାଲିକ୍‌, ବ୍ଲାକ୍‌ ସହିତ ରେଡ୍‌ ଓ ବ୍ଲାକ୍‌ ସହିତ ବ୍ଳୁ ମେଟାଲିକ୍‌ ରଙ୍ଗରେ ଉପଲବ୍ଧ ହେଉଛି। ଏହାର ଆକର୍ଷଣୀୟ ମୂଲ୍ୟ ୪୮,୬୪୧ ଟଙ୍କାରୁ ଆରମ୍ଭ ହୋଇଛି (ଏକ୍ସ ସୋ’ରୁମ୍‌-ଦିଲ୍ଲୀ)।

ସମ୍ବନ୍ଧିତ ଖବର