ଅଟୋମୋବାଇଲ ଶିଳ୍ପରେ ସ୍ବାଭାବିକ ଅବସ୍ଥା ଫେରୁଛି, ନୂଆ ଗାଡ଼ି ଲଞ୍ଚ୍ କଲା ହୋଣ୍ଡା

ଭୁବନେଶ୍ୱର: ଦେଶରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପରେ ଅଟୋମୋବାଇଲ ଶିଳ୍ପ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି । କାରଖାନା ଖୋଲିବା ସହ କମ୍ପାନିମାନେ ନୂଆ ମଡେଲ ବଜାରକୁ ଛାଡ଼ିବା ଆରମ୍ଭ କରିଛନ୍ତି ।

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଲିଭୋ ବିଏସ୍-୬ ମଡେଲର ଉନ୍ମୋଚନ କରାଯାଇଛି । ଏଥିରେ ପେଟେଣ୍ଟ ହୋଇଥିବା ଏସିଜି ଷ୍ଟାର୍ଟର ମୋଟର ବ୍ୟବହାର କରାଯାଇଛି । ଏଥିରେ ୧୧୦ ସିସି ଏଚଇଟି ବିଏସ୍-୬ ପିଜିଏମ୍-ଏଫ୍ଆଇ ଇଂଜିନ୍ ବ୍ୟବହାର କରାଯାଇଛି ଯେଉଁଥିରେ ଉନ୍ନତ ସ୍ମାର୍ଟ ପାୱାର ଶକ୍ତି ରହିଛି ।

ଗ୍ରାହକଙ୍କ ସୁବିଧା ଓ ଆରାମ ଲାଗି ନୂଆ ଲିଭୋ ବିଏସ୍-୬ରେ ଡିସି ହେଡଲାମ୍ପ, ଇଂଜିନ ଷ୍ଟାର୍ଟ-ଷ୍ଟପ୍ ସ୍ୱିଚ୍, ସମନ୍ୱିତ ହେଡଲ୍ୟାମ୍ପ୍ ବିମ୍ ଓ ପାସିଂ ସ୍ୱିଚ୍ ଏବଂ ଲମ୍ବା ଆରାମଦାୟକ ସିଟ୍ ବ୍ୟବହାର କରାଯାଇଛି । ସହରାଚଂଳରେ ଗମନାଗମନ ଲାଗି ଏହାର ଷ୍ଟାଇଲକୁ ଆକର୍ଷଣୀୟ କରାଯାଇଥିବା ବେଳେ ଏଥିରେ ଡିଜିଟାଲ୍ ଆନାଲଗ୍ ମିଟର, ଆଧୁନିକ ସାମ୍ନା ଭାଇଜର ଓ ଟାଙ୍କିର ନୂଆ ଡିଜାଇନ୍ କରାଯାଇଛି । ନୂଆ ଲିଭୋ ସ୍ୱତନ୍ତ୍ର ୬ ବର୍ଷର ୱାରେଣ୍ଟି ପ୍ୟାକେଜ୍ ସହ ଉପଲବ୍ଧ ହେଉଛି । ଏହାର ଏକ୍ସ ସୋ ରୁମ୍ ଦାମ୍ (ଜୟପୁର, ରାଜସ୍ଥାନ) ୬୯,୪୨୨ ଟଙ୍କାରୁ ଆରମ୍ଭ ହେଉଛି। ଏହା ଡ୍ରମ୍ ଓ ଡିସ୍କ ଭଳି ଦୁଇଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି ।

ସମ୍ପୂର୍ଣ୍ଣ ନୂଆ ଲିଭୋ ବିଏସ୍-୬କୁ ପଠାଇବା କାର୍ଯ୍ୟ ଚଳିତ ସପ୍ତାହରୁ ଆରମ୍ଭ କରାଯିବ । ଏହା ଚାରିଟି ଆକର୍ଷଣୀୟ ରଙ୍ଗ ଯଥା ଆଥଲେଟିକ୍ ବ୍ଲୁ ମେମଟାଲିକ୍, ମେଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍, ଇମ୍ପରିଆଲ୍ ରେଡ୍ ମେଟାଲିକ୍ ଓ ବ୍ଲାକରେ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର