ହୋଣ୍ଡା ଇଣ୍ଡିଆ ଲଞ୍ଚ କଲା ଏହାର ସିଭିକ ବିଏସ-୬ର ଡିଜେଲ ଭର୍ସନ

ମୁମ୍ବାଇ: ଯଦି ଆପଣ ପ୍ରିମିୟମ୍ କାରକୁ ଭଲ ପାଆନ୍ତି, ତେବେ ହୋଣ୍ଡା କାର୍ ଇଣ୍ଡିଆ ଲିମିଟେଡ୍ ଆଜି ଏକ ସ୍ୱତନ୍ତ୍ର କାରକୁ ଲଞ୍ଚ କରିଛି | କମ୍ପାନୀ ଲୋକପ୍ରିୟ ମଡେଲ୍ ହୋଣ୍ଡା ସିଭିକ୍ ର ବିଏସ-୬ ଡିଜେଲ ଭାରିଆଣ୍ଟ ଲଞ୍ଚ କରିଛି | ଏହି ମଡେଲରେ କମ୍ପାନୀ ଆକର୍ଷଣୀୟ ସ୍ପୋରଟି ଡିଜାଇନ୍, ପ୍ରିମିୟମ୍ ଇଣ୍ଟେରିଅର୍, ଶକ୍ତିଶାଳୀ ଡ୍ରାଇଭିଂ କାର୍ଯ୍ୟଦକ୍ଷତା ଏବଂ ସୁରକ୍ଷା ପ୍ରଦାନ କରିଛି |

ସିଭିକର ବିଏସ-୬ ଡିଜେଲ ଭାରିଆଣ୍ଟ ଆର୍ଥ ଡ୍ରିମ୍ ଟେକ୍ନୋଲୋଜି ସିରିଜର ହୋଇଥିବାବେଳେ ଏଥିରେ ୧.୬ ଲିଟର ଡିଜେଲ ଟର୍ବୋ ଇଞ୍ଜିନ ରହିଛି | ଯାହାକି ଲିଟର ପିଛା ୨୩.୯ କିଲୋମିଟରର ବେଗ ପ୍ରଦାନ କରିଥାଏ | ଇଞ୍ଜିନରେ ୬-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଅଛି | ନୂତନ ସିଭିକ୍ ବିଏସ୍ -୬ ର ଡିଜେଲ ପ୍ରକାରଗୁଡିକ ଭିଏକ୍ସ ଏବଂ ଜେଡଏକ୍ସ ଗ୍ରେଡ୍ ରେ ଉପଲବ୍ଧ ହେବ |

ତେବେ ଏହି ଦୁଇଟି ଭର୍ସନର ମୂଲ୍ୟ ଯଥାକ୍ରମେ ୨୦ ଲକ୍ଷ ୭୪ ହଜାର ଟଙ୍କା ଓ ୨୨ ଲକ୍ଷ ୩୪ ହଜାର ଟଙ୍କା ରହିଛି | ତେବେ ହୋଣ୍ଡା ଏଭଳି ସମୟରେ ଲଞ୍ଚ କରିଛି ଯେତେବେଳେ ଦେଶର ରାଜଧାନୀ ଦିଲ୍ଲୀରେ ଡିଜେଲ ମୂଲ୍ୟ ପେଟ୍ରୋଲ ଅପେକ୍ଷା ମହଙ୍ଗା ହୋଇଛି | ତେବେ ପେଟ୍ରୋଲ ତୁଳନାରେ ଡିଜେଲ ପୂର୍ବରୁ ଶସ୍ତା ଥିବାରୁ ଗ୍ରାହକମାନେ ଡିଜେଲ କାର ପ୍ରତି ଅଧିକ ଆଗ୍ରହୀ ହୋଇଥାନ୍ତି ।

ସମ୍ବନ୍ଧିତ ଖବର