ହୋଣ୍ଡା ଆଣିଲା ନୂଆ ‘ସିଭିକ୍‌’ ମୂଲ୍ୟ ୧୭ ଲକ୍ଷ ୭୦ ହଜାରରୁ ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ବର: ହୋଣ୍ଡା କାରସ୍‌ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଜାତୀୟ ସ୍ତରରେ ଏହାର ନୂତନ ସେଡାନ୍ ଦଶମ ପିଢ଼ିର ସିଭିକ୍‌କୁ ଉନ୍ମୋଚନ କରାଯାଇଛି। କଂପାନିର ସଭାପତି ଓ ସିଇଓ ଗାକୁ ନାକାନିସି ଏବଂ ବରିଷ୍ଠ ଉପସଭାପତି (ମାର୍କେଟିଂ ଓ ବିକ୍ରି) ରାଜେଶ ଗୋୟଲ୍ ନୂଆ ସିଭିକ୍‌କୁ ଉନ୍ମୋଚନ କରିଛନ୍ତି। ବିଶ୍ବ ସ୍ତରରେ ପ୍ରଥମ ସିଭିକ୍ ୧୯୭୨ ମସିହାରେ ଆସିଥିଲା ଏବଂ ସାରା ବିଶ୍ବରେ ୨୫ ନିୟୁତରୁ ଅଧିକ ସିଭିକ୍ ବିକ୍ରି ହୋଇଛି। ସିଭିକ୍‌ର ଦଶମ ପିଢ଼ିକୁ ଉନ୍ମୋଚନ ଏହାର ପ୍ରିମିୟମ୍ ଗାଡ଼ି ବର୍ଗକୁ ସମୃଦ୍ଧ କରିପାରିଛି। ନୂଆ ସିଭିକ୍ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେବ। ପେ‌ଟ୍ରୋଲ୍‌ ମଡେଲ୍‌ର ମୂଲ୍ୟ ୧୭,୬୯,୯୦୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଡିଜେଲ୍ ମଡେଲ୍‌ ମୂଲ୍ୟ ୨୦,୪୯,୯୦୦ ଟଙ୍କାରୁ ଆରମ୍ଭ ହୋଇଛି। ଉଭୟ ମଡେଲ୍‌ ମୋଟ୍‌ ପାଞ୍ଚଟି ଭାରିଆଣ୍ଟ୍‌ ଏବଂ ପାଞ୍ଚଟି ରଙ୍ଗରେ ଉପଲବ୍ଧ ହେବ। ହୋଣ୍ଡାର ଡିଲର୍‌ସିପ୍‌ଗୁଡ଼ିକରେ ଏହାର ବୁକିଙ୍ଗ୍‌ ଜାରି ରହିଛି। ନୂଆ ସିଭିକ୍ ଆକର୍ଷଣୀୟ ମାଇଲେଜ୍ ପ୍ରଦାନ କରୁଥିବା ବେଳେ ସେଥିରେ ବିଶ୍ବ ସ୍ତରୀୟ ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟ ରହିଛି। ନୂଆ ସିଭିକ୍‌ରେ ଲେନ୍‌ ୱାଚ୍‌, ଇଲେକ୍ଟ୍ରିକ୍ ପାର୍କିଂ ବ୍ରେକ୍ ସହିତ ବ୍ରେକ୍ ହୋଲ୍‌ଡର୍‌, ରିମୋଟ୍‌ ଇଞ୍ଜିନ ଷ୍ଟାର୍ଟର୍‌ ଏବଂ ୧୭.୭ ସେମି ଡିସ୍‌ପ୍ଲେ ଅଡିଓ, ୧୭.୭ ସେମି ଟିଏଫ୍‌ଟି ମଲ୍‌ଟି ଇନ୍‌ଫର୍ମେସନ୍ ଡିସ୍‌ପ୍ଲେ ଭଳି ବୈଶିଷ୍ଟ୍ୟ ରହିଛି। ଏହାକୁ ୫ ଷ୍ଟାର୍‌ ଆସିଆନ୍ ଏନ୍‌-କ୍ୟାପ୍ ନିରାପତ୍ତା ରେଟିଂ ମିଳିଛି। ଆଜି ଭୁବନେଶ୍ବର‌ର ସେଣ୍ଟ୍ରାଲ୍‌ ହୋଣ୍ଡା ଓ ହାଇୱେ ହୋଣ୍ଡା ଡିଲରସିପ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ‌େର ନୂଆ ସିଭିକ୍‌କୁ ଉନ୍ମୋଚନ କରାଯାଇଛି। ସେଣ୍ଟ୍ରାଲ୍ ହୋଣ୍ଡାରେ ଏହାର ଏମ୍‌ଡି ବିଶାଲ୍‌ ଧାୱନ୍, ଭୁବନେଶ୍ବର ଆର୍‌ଟିଓ-୧ ପି କେ ମହାନ୍ତି ଏବଂ ହୋଣ୍ଡାର ଏଏସ୍‌ଏମ୍ ଅଭିଶେକ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ସେହିପରି ହାଇୱେ ହୋଣ୍ଡା କାର୍ଯ୍ୟକ୍ରମରେ ଆଦିତ୍ୟ ଗ୍ରୁପ୍‌ର ଏମ୍‌ଡି ଆଦିତ୍ୟ ପାତ୍ର ଏବଂ ହାଇୱେ ହୋଣ୍ଡାର ସିଇଓ ରାଜୀବ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର