ଗ୍ରାମାଞ୍ଚଳରେ ବ୍ୟବସାୟ ବଢାଇବାକୁ ହୋଣ୍ଡା ଆଣିପାରେ ନୂଆ ବାଇକ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ହୋଣ୍ଡା ଦୁଇ ଚକିଆ ଯାନର ଦବଦବା ଜାରି ରହିଛି। ସ୍କୁଟର ସେଗମେଣ୍ଟରେ ୧ ନମ୍ବର ସ୍ଥାନ ବଜାୟ ରଖିଥିବା ହୋଣ୍ଡା ବର୍ତ୍ତମାନ ଗ୍ରାମାଞ୍ଚଳରେ ଏହାର ବ୍ୟବସାୟକୁ ବଢାଇବା ପାଇଁ ଏକ ନୂତନ ବାଇକ୍ ଆଣିବାକୁ ପ୍ରସ୍ତୁତ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହୋଣ୍ଡାର ଏହି ନୂଆ ବାଇକ୍ ଅନ୍ୟ ବାଇକ ତୁଳନାରେ ବହୁତ ଶସ୍ତା ହେବ |

ହୋଣ୍ଡା ଆଶା କରୁଛି ଯେ ଏହି ବାଇକର ପ୍ରବେଶ କମ୍ପାନୀକୁ ଗ୍ରାମାଞ୍ଚଳରେ ଅଧିକ ଲୋକପ୍ରିୟ କରିବ। ରିପୋର୍ଟ ଅନୁଯାୟୀ, ଯେଉଁ ନୂତନ ବାଇକ୍ ଆସିବାକୁ ଯାଉଛି ଏହାର ମୂଲ୍ୟ ୬୦ ହଜାର ଟଙ୍କାରୁ କମ୍ ହୋଇପାରେ।

ଏହାର ମୂଲ୍ୟ ହୋଣ୍ଡାର ସବୁଠାରୁ ଶସ୍ତା ବାଇକ ସିଡ଼ି-୧୧୦ଠାରୁ ମଧ୍ୟ କମ ରହିବ | ବର୍ତ୍ତମାନ, ବଜାରରେ ହୋଣ୍ଡାର ସବୁଠାରୁ ଶସ୍ତା ବାଇକ୍ ହେଉଛି ସିଡ଼ି-୧୧୦, ଯାହାର ଏକ୍ସଶୋ’ରୁମ୍ ମୂଲ୍ୟ ୬୪୫୦୫ ଟଙ୍କା ରହିଛି | ହୋଣ୍ଡାର ନୂଆ ବାଇକ୍ ହିରୋ ସ୍ପ୍ଲେଣ୍ଡର, ଟିଭିଏସ୍ ରେଡନ୍, ବଜାଜ ସିଟି-୧୦୦ ସହ ପ୍ରତିଦ୍ୱନ୍ଦ୍ୱିତା କରିବ | ତେବେ ନୂଆ ବାଇକର ନାମ କଣ ରହିବ ତାହା ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ |

ସମ୍ବନ୍ଧିତ ଖବର