୧ ଲକ୍ଷ ବିକ୍ରି ମାଇଲଖୁଣ୍ଟ ଟପିଲା  ହୋଣ୍ଡା ନାଭି

ଭୁବନେଶର :  ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ ନାଭିର ବିକ୍ରି ୧ ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୧୬ ଅଟୋ ଏକ୍ସପୋରେ ନାଭିକୁ ଉନ୍ମୋଚନ କରାଯାଇଥିଲା। ଏହା ହେଉଛି ପ୍ରଥମ ୧୦୦% ସ୍ୱଦେଶୀ ଭାବେ ବିକଶିତ ମଡେଲ୍‌ ଯାହାକୁ ହୋଣ୍ଡାର ଭାରତୀୟ ଆର୍‌ଆଣ୍ଡଡି ଟିମ୍‌ ପ୍ରସ୍ତୁତ କରିଥିଲା।  କେବଳ ଭାରତ ନୁହେଁ ସାରା ଦୁନିଆରେ କୌତୁକ ଉପାଦାନର ପ୍ରସାର କରି ହୋଣ୍ଡା ନାଭି ଚଳିତ ବର୍ଷ ଦୁଇଟି ନୂଆ ବଜାର ଡୋମିନିକାନ୍‌ ରିପବ୍ଲିକ୍‌ ଓ କୋଷ୍ଟା ରିକାରେ ଉପଲବ୍ଧ ହେବାକୁ ଯାଉଛି।  ନାଭିକୁ ୧୦ଟି ଦେଶକୁ ରପ୍ତାନି କରାଯାଉଛି। ଏହି ସଫଳତା ବିଷୟରେ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ କହିଛନ୍ତି ଯେ, ‘ଟ୍ରେଣ୍ଡି ନାଭି ହେଉଛି ଏକ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ୍‌ ଓ ଏହା ଯୁବବର୍ଗ ପାଇଁ ଟ୍ରେଣ୍ଡ୍‌ ଧାର୍ଯ୍ୟ କରୁଛି। ଏହାର ଅଣପାରମ୍ପରିକ ଡିଜାଇନ୍‌, ଲୁକ୍‌ ଓ ଏହାକୁ କଷ୍ଟମାଇଜ୍‌ କରିବାର ଅସୀମୀତି ସମ୍ଭାବନା ଯୋଗୁଁ କେବଳ ଭାରତ ନୁହେଁ ସାରା ବିଶ୍ୱର ଅଗଣିତ ଯୁବବର୍ଗଙ୍କ ସହିତ ଆମେ ଯୋଡ଼ି ହୋଇପାରିଛୁ। ସେମାନେ ନାଭି ଚାଳନାକୁ ଉପଭୋଗ କରୁଛନ୍ତି ଓ ନୂତନ ଗ୍ରାହକ ବିକଳ୍ପ ସନ୍ଧାନ କରୁଛନ୍ତି ।’’ ନାଭିର ୨୦୧୮ ସଂସ୍କରଣରେ ଫୁଏଲ୍‌ ଗଜ୍‌ ଓ ମଟାଲ୍‌ ମଫଲର୍‌ ପ୍ରୋଟେକ୍ଟର ବ୍ୟବହାର କରାଯାଇଛି। ଏଥିରେ ୧୦୯ସିସି ଇଂଜିନ୍‌, ଗ୍ରାବ୍‌ ରେଲ୍‌, ହେଡଲାଇଟ୍‌ କଭର୍‌, ପଛକୁ ଦେଖିବା ମିରର୍‌ ଓ ଲାଲ୍‌ ରଂଗର କୁସନ୍‌ ଆଦି ରହିଛି। ଛଅଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଥିବା ନାଭିର ମୂଲ୍ୟ ୪୪,୭୭୫ ଟଙ୍କା (ଏକ୍ସ ସୋରୁମ୍‌ ଦିଲ୍ଲୀ) ରହିଛି।

ସମ୍ବନ୍ଧିତ ଖବର