ହୋଣ୍ଡାର ନୂଆ ଆକ୍ଟିଭା ୨୦୨୩

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନୂଆ ଆକ୍ଟିଭା ୨୦୨୩କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ କାର୍‌ ଭଳି ସ୍ମାର୍ଟ କି’ ସୁବିଧା ରହିଛି। ଷ୍ଟାଣ୍ଡାର୍ଡ, ଡିଲକ୍ସ ଓ ସ୍ମାର୍ଟ ଭଳି ତିନିଟି ଭାରିଆଣ୍ଟ୍‌ରେ ଆସିଥିବା ଏହି ଗାଡ଼ିର ଏକ୍ସ ସୋ’ରୁମ୍ ଦାମ୍ ୭୪,୫୩୬ ଟଙ୍କା ରହିଛି। କଂପାନିର ଏମ୍‌ଡି, ସଭାପତି ଓ ସିଇଓ ଆତସୁସି ଓଗାତା ଓ ଅପରେଟିଂ ଅଫିସର ଯୋଗେଶ ମାଥୁରଙ୍କ ଉପସ୍ଥିତିରେ ନୂଆ ଆକ୍ଟିଭାକୁ ଉନ୍ମୋଚନ କରାଯାଇଛି। ଏହା ହେଉଛି କଂପାନିର ପ୍ରଥମ ଓବିଡି୨ ନିୟମ ପାଳନ କରୁଥିବା ଦୁଇଚକିଆ ଯାନ। ନୂଆ ଆକ୍ଟିଭାରେ ଇଞ୍ଜିନ ଷ୍ଟାର୍ଟ/ ଷ୍ଟପ୍ ସ୍ବିଚ୍, ଡିସି ଏଲଇଡି ହେଡ୍‌ଲ୍ୟାମ୍ପ୍, ପାସିଂ ସ୍ବିଚ୍, ଆଲୟ ହ୍ବିଲ୍, କମ୍ବି ବ୍ରେକ୍ ସିଷ୍ଟମ୍, ୩-ସ୍ତରର ପଛ ସସ୍‌ପେନ୍‌ସନ୍‌ ଓ ଏନ୍‌ହାନ୍‌ସଡ୍‌ ସ୍ମାର୍ଟ ପାୱାର ଭଳି ସୁବିଧା ରହିଛି। ଏହା ପର୍ଲ ସାଇରନ ବ୍ଲୁ, ଡିସେଣ୍ଟ୍‌ ବ୍ଲୁ ମେଟାଲିକ୍, ରିବେଲ୍ ରେଡ୍ ମେଟାଲିକ୍, କଳା, ପର୍ଲ ପ୍ରିସିଅସ୍‌ ହ୍ବାଇଟ୍‌ ଓ ମ୍ୟାଟ୍‌ ଆକ୍ସିସ୍ ଗ୍ରେ ମେଟାଲିକ୍ ଭଳି ରଙ୍ଗରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର