ବଜାରରେ ହୋଣ୍ଡାର ନୂଆ ଆମେଜ୍‌

ମୂଲ୍ୟ ୫.୫୯ ଲକ୍ଷ ଟଙ୍କାରୁ ଆରମ୍ଭ

ଭୁବନେଶ୍ୱର: ହୋଣ୍ଡା କାରସ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଆମେଜ୍‌ର ଦ୍ୱିତୀୟ ପିଢ଼ି ମଡେଲ୍‌କୁ ଉନ୍ମୋଚନ କରାଯାଇଛି। ଆଜି ସେଣ୍ଟ୍ରାଲ୍‌ ହୋଣ୍ଡା ଓ ହାଇେଓ୍ଵ ହୋଣ୍ଡାରେ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ହୋଣ୍ଡାର ନୂଆ ଆମେଜ୍‌କୁ ଉନ୍ମୋଚନ କରାଯାଇଛି। ସେଣ୍ଟ୍ରାଲ୍‌ ହୋଣ୍ଡାଠାରେ ଷ୍ଟେଟ୍‌ ବ୍ୟାଙ୍କ ପିବିବିୟୁର ଡିଜିଏମ୍‌ ବିଜୟ ଚକ୍ରବର୍ତୀ, ହୋଣ୍ଡାର ଏରିଆ ମ୍ୟାନେଜର ଅରବିନ୍ଦ କୁମାର, ସେଣ୍ଟ୍ରାଲ୍‌ ହୋଣ୍ଡାର ନିର୍ଦେଶିକା ସିନୁ ଧାଓ୍ଵନ୍‌, ହୋଣ୍ଡାର ଏରିଆ ଟ୍ରେନର ରାଜୀବ ଭଟ୍ଟ, ସେଣ୍ଟ୍ରାଲ୍‌ ହୋଣ୍ଡାର ଏଜିଏମ୍‌ କୁମାର ଦୀପକ ଓ ବିକ୍ରି ପ୍ରବନ୍ଧକ ବିଶ୍ୱଜିତ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂଆ ଆମେଜ୍‌କୁ ଉନ୍ମୋଚନ କରାଯାଇଛି। ସେହିପରି ହାଇେଓ୍ଵ ହୋଣ୍ଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଂପାନିର ଏରିଆ ମ୍ୟାନେଜର ଅରବିନ୍ଦ କୁମାର ଓ ସୋ’ରୁମ୍‌ ମହାପ୍ରବନ୍ଧକ ରାଜୀବ ପଣ୍ଡା ନୂଆ ଆମେଜ୍‌କୁ ଉନ୍ମୋଚନ କରିଛନ୍ତି। ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ ଯେଉଁଠାରେ ହୋଣ୍ଡାର ଦ୍ୱିତୀୟ ପିଢ଼ି ଆମେଜ୍‌କୁ ଉନ୍ମୋଚନ କରାଯାଇଛି। ଏଥି ସହିତ ଭାରତୀୟ ବଜାର ପାଇଁ କଂପାନି ଏହାର ଡିଜେଲ୍‌ ସିଭିଟି ମଧ୍ୟ ଆଣିଛି। ଡିଜାଇନ୍‌, ଖୋଲାସ୍ଥାନ, ଆରାମ ଓ ଗାଡ଼ିଚାଳନା ଦୃଷ୍ଟିରୁ ନୂଆ ଆମେଜ୍‌ ସ୍ୱତନ୍ତ୍ର। ଏହା ଉଭୟ ପେଟ୍ରୋଲ୍‌ ଓ ଡିଜେଲ ଇଞ୍ଜିନ ବିକଳ୍ପ ସହିତ ୧୨ଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହେଉଛି। ପେଟ୍ରୋଲ୍‌ରେ ୬ଟି ଓ ଡିଜେଲରେ ୬ଟି ଭାରିଆଣ୍ଟ୍‌ ରହିଛି। ପେଟ୍ରୋଲ୍‌ ମଡେଲ୍‌ର ମୂଲ୍ୟ ୫,୫୯,୯୦୦ ଟଙ୍କାରୁ ଆରମ୍ଭ ହୋଇଛି। ସେହିପରି ଡିଜେଲ ମଡେଲ୍‌ ଦର ୬,୬୯,୦୦୦ ଟଙ୍କାରୁ ଆରମ୍ଭ ହୋଇଛି। ଟପ୍‌ ଏଣ୍ଡ୍‌ ମଡେଲ୍‌ର ମୂଲ୍ୟ ୮,୯୯,୦୦୦ ଟଙ୍କା ରହିଛି। ନିରାପତ୍ତା ଦୃଷ୍ଟିରୁ ନୂଆ ଆମେଜ୍‌ରେ ଡୁଆଲ୍‌ ଏସ୍‌ଆର୍‌ଏସ୍‌ ସାମ୍ନା ଏୟାରବ୍ୟାଗ୍‌, ଇବିଡି ସହିତ ଏବିଏସ୍‌, ଆଇସୋ ଫିକ୍ସ ଚାଇଲଡ୍‌ ସିଟ୍‌ ଆଙ୍କରେଜ୍‌, ପଛ ପାର୍କିଂ ସେନ୍‌ସର୍‌, ଡ୍ରାଇଭର୍‌ ସିଟ୍‌ ବେଲ୍‌ଟ ରିମାଇଣ୍ଡର୍‌ ଭଳି ସୁବିଧା ରହିଛି। ଏହା ପାଞ୍ଚଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି। କଂପାନି ପକ୍ଷରୁ ନୂଆ ହୋଣ୍ଡା ଆମେଜ୍‌ ଉପରେ ୩ ବର୍ଷ/ଅସୀମିତ କିଲୋମିଟରର ଓ୍ଵାରେଣ୍ଟି ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର