ଅନ୍ତର୍ଜାତୀୟ ସ୍ତରରେ ଏହିସବୁ ନୂଆ ବାଇକ ଲଞ୍ଚ୍‌ କରିଛି ହୋଣ୍ଡା

ମିଲାନ (ଇଟାଲୀ) : ମିଲାନଠାରେ ଅନୁଷ୍ଠିତ ଇଆଇସିଏମଏ ପ୍ରଦର୍ଶନୀରେ ହୋଣ୍ଡା ପୂର୍ଣ୍ଣାଙ୍ଗ ୨୦୧୯ ୟୁରୋପୀୟ ମୋଟର ସାଇକେଲ ରେଞ୍ଜ୍‌ ପ୍ରଦର୍ଶନ କରିଛି । ଏଥିରେ ୩ ଟି ବ୍ୟାପକ ଉନ୍ନୀତକରଣ ମଡ଼େଲ ଓ ୨ଟି ନୂଆ ମଡ଼େଲ ସ୍ଥାନିତ ହୋଇଛି ।

ସିବି୧୦୦୦ଆର, ସିବି୩୦୦ଆର, ସିବି୧୨୫ଆର ମଡ଼େଲ ୨୦୧୮ ମସିହାରେ ପ୍ରଚଳନ ପରେ ହୋଣ୍ଡା ’ନିଓ ସ୍ପୋର୍ଟସ୍‌ କାଫେ’ ପରିବାରର ସିବି୬୫୦ଆର, ବଜାରକୁ ଆଣିଛି । ଏହି ଗାଡ଼ି ଦେଖିବାକୁ ବେଶ ଆକର୍ଷଣୀୟ ହେବା ସହ ଏହାର ଦକ୍ଷତା ମଧ୍ୟ ଉତ୍ତମ ରହିଛି । ଅନ୍ୟ ନୂତନ ମଡ଼େଲଟି ହେଲା ସିବିଆର୬୫୦ଆର । ଏଥିରେ ନାରୋ ଡ଼ୁଆଲ ଏଲଇଡ଼ି ହେଡ଼ଲାଇଟ ରହିଛି । ସଂପ୍ରସାରିତ ସାଇଡ଼ ଫେୟାରିଂ ରହିଛି । ଏହାର ଓଜନ ସିବିଆର୬୫୦ଏଫ ଠାରୁ ୬ କିଲୋଗ୍ରାମ କମ୍‌ । ଏହାର କାର୍ଯ୍ୟଦକ୍ଷତା ବେଶ ଉତ୍ତମ ରହିଛି । ସିବିଆର୬୫୦ଆର ଓ ସିବି୬୫୦ଆରର ଇଂଜିନ ପରିବର୍ତ୍ତନ ଦକ୍ଷତା ୩୫କିଲୋୱାଟ ରହିଛି । ୩ଟି ୫୦୦ସିସି ଇଂଜିନରେ ଉନ୍ନତୀକରଣ ଅଣାଯାଇଛି । ୨୦୧୩ ମସିହାରେ ପ୍ରଚଳନ ହେବା ପରେ ୟୁରୋପରେ ୫୦୦ସିସି ଇଂଜିନ ଗାଡ଼ି ୭୫,୦୦୦ ବିକ୍ରୟ ହୋଇଛି । ୨୦୧୯ପାଇଁ ସିବି୫୦୦ଏଫ, ସିବିଆର୫୦୦ଆର, ସିବି୫୦୦ଏକ୍ସକୁ ଦକ୍ଷତା ସଂପନ୍ନ କରାଯାଇଛି । ଏହି ୩ଟି ମଡ଼େଲରେ ପଛ ପାର୍ଶ୍ୱରେ ନୂଆ ସସ୍‌ପେନସନ, ସ୍ଲିପର କ୍ଲଚ, ଆଧୁନିକ ଏଲସିଡ଼ି ଆଦି ରହିଛି ।

ସମ୍ବନ୍ଧିତ ଖବର