ଗୁରୁଗ୍ରାମ: ଚଳିତ ବର୍ଷ ଜାନୁଆରିରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୪ ଲକ୍ଷ ୩ ହଜାର ୩୮୩ଟି ଗାଡ଼ି ବିକ୍ରି କରିଛି। ଦେଶ ଭିତରେ କଂପାନି ୩ ଲକ୍ଷ ୭୪ ହଜାରରୁ ଅଧିକ ଗାଡ଼ି ବିକିଥିବା ବେଳେ ୨୯,୨୯୨ଟି ଗାଡ଼ି ରପ୍ତାନି କରିଛି। ଏ ସଂକ୍ରାନ୍ତିରେ କଂପାନିର ବରିଷ୍ଠ ଉପସଭାପତି ଯଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ଜାନୁଆରିରେ ହୋଣ୍ଡାର ବିଏସ୍-୬ ମଡେଲ୍ଗୁଡ଼ିକର ଉତ୍ପାଦନ ୬୦% ବଢ଼ିଛି।
ଜାନୁଆରିରେ ୪ ଲକ୍ଷରୁ ଅଧିକ ଗାଡ଼ି ବିକିଲା ହୋଣ୍ଡା
/sambad/media/post_attachments/wp-content/uploads/2020/02/dtjhgd45jg4djg4dj89dg74jdg4jgd4j654gj56g4j564dgj21gj321gdj654gd65jgdjdgj.jpg)