ରେକର୍ଡ : ଏପ୍ରିଲରେ ହୋଣ୍ଡାର ବିକ୍ରି ୬ ଲକ୍ଷ ଟପିଲା

ଗୁରୁଗାଓଁ : ହୋଣ୍ଡା ମୋଟରସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ରେକର୍ଡ କରିଛିି । ୨୦୧୮-୧୯ ଆର୍ଥିକ ବର୍ଷର ଏପ୍ରିଲ ମାସରେ ଘରୋଇ କ୍ଷେତ୍ରରେ ହୋଣ୍ଡା ଦୁଇଚକିଆ ବିକ୍ରି ସଂଖ୍ୟା ପ୍ରଥମ ଥର ପାଇଁ ୬ ଲକ୍ଷ ଅତିକ୍ରମ କରିଛି । ଗତବର୍ଷ ଏପ୍ରିଲ ମାସରେ ଗାଡ଼ି ବିକ୍ରି ସଂଖ୍ୟା ୫୫୧୭୩୨ ଥିଲାବେଳେ ଚଳିତ ବର୍ଷ ଏହି ସମୟରେ ଏଥିରେ ୧୫% ଅଭିବୃଦ୍ଧି ଘଟି ଏହା ୬୩୫୮୧୧ ହୋଇଛି । ଚଳିତ ବର୍ଷ ଆରମ୍ଭରୁ ଏହା ହୋଣ୍ଡାର ସର୍ବାଧିକ ମୋଟରସାଇକେଲ ଓ ସ୍କୁଟର ବିକ୍ରି ।

ପ୍ରଥମ ଥର ପାଇଁ ଗୋଟିଏ ମାସରେ ହୋଣ୍ଡା ୪ଲକ୍ଷ ସ୍କୁଟର ବିକ୍ରିର ସଫଳତା ଲାଭ କରିଛି । ସ୍କୁଟର ବିକ୍ରି କ୍ଷେତ୍ରରେ ମଧ୍ୟ ୧୫% ଅଭିବୃଦ୍ଧି ଘଟିଛି । ଗତବର୍ଷ ଏପ୍ରିଲ ମାସରେ ୩୬୮୫୫୦ ଖଣ୍ଡ ସ୍କୁଟର ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ଏହି ସମୟରେ ୪୨୩୫୨୭ ଖଣ୍ଡ ସ୍କୁଟର ବିକ୍ରି ହୋଇଛି । ଏହି ସମୟରେ ମୋଟସାଇକେଲ ବିକ୍ରି ସଂଖ୍ୟା ୩ ଲକ୍ଷ ଅତିକ୍ରମ କରି ଏକ୍ଷେତ୍ରରେ ୧୬% ଅଭିବୃଦ୍ଧି ଘଟିଛି । ଏହି ସମୟରେ ରପ୍ତାନୀରେ ୭୦% ଅଭିବୃଦ୍ଧି ଘଟି ଏହି ସଂଖ୍ୟା ୪୬,୦୭୭ ଛୁଇଁଛି । ଏହି ସଫଳତା ସଂପର୍କରେ କଂପାନୀର ବିକ୍ରି ଓ ମାର୍କେଟିଂ ବରିଷ୍ଠ ଉପସଭାପତି ଯଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ଏପ୍ରିଲ ମାସ ବିକ୍ରି ସଂଖ୍ୟାରୁ ଭାରତରେ ହୋଣ୍ଡା ଦୁଇଚକିଆ ଯାନ ବେଶ ଲୋକପ୍ରିୟ ହୋଇଥିବା ଜଣାପଡ଼ୁଛି । ଚଳିତ ଏପ୍ରିଲ ମାସରେ ରେକର୍ଡ଼ ସଂଖ୍ୟାକ ଦୁଇଚକିଆ ଯାନ ବିକ୍ରି କରି କଂପାନୀ ଏକ ଇତିହାସ ସୃଷ୍ଟି କରିଛି । ଏଥିପାଇଁ ସେ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସମ୍ବନ୍ଧିତ ଖବର