ହୋଣ୍ଡା ସାଇନ୍‌ ବିକ୍ରି ୧ କୋଟି ଟପିଲା

ଭୁବନେଶ୍ବର: ହୋଣ୍ଡାର ୧୨୫ ସିସି ମୋଟରସାଇକଲ୍ ସାଇନ୍‌ର ବିକ୍ରି ୧ କୋଟିରୁ ଅଧିକ ହୋଇଛି। ୨୦୦୬ରେ କଂପାନି ଏହି ବାଇକ୍‌କୁ ଭାରତୀୟ ବଜାରରେ ପ୍ରବେଶ କରାଇଥିଲା। ୨୦୦୮ରେ ତାହା ଦେଶର ଏକ ନମ୍ବର ୧୨୫ ସିସି ମୋଟରସାଇକଲ୍‌ରେ ପରିଣତ ହୋଇଥିଲା। ୨୦୧୦ରେ ସାଇନ ବିକ୍ରି ୧୦ ଲକ୍ଷ, ୨୦୧୪ରେ ୩୦ ଲକ୍ଷ, ୨୦୧୭ରେ ୫୦ ଲକ୍ଷ ଓ ୨୦୨୦ରେ ୯୦ ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଥିଲା। ଏବେ ଏହାର ବିକ୍ରି ୧ କୋଟିରୁ ଅଧିକ ହୋଇଛି। ଏଥିପାଇଁ ଗ୍ରାହକମାନଙ୍କୁ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ଆତସୁସି ଓଗାତା ଧନ୍ୟବାଦ ଜଣାଇଛନ୍ତି। ସେହିପରି କଂପାନିର ନିର୍ଦେଶକ (ବିକ୍ରି ଓ ମାର୍କେଟିଂ) ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ ଦେଢ଼ ଦଶନ୍ଧି ଭିତରେ ହୋଣ୍ଡା ସାଇନ ଦେଶର ଘରେ ଘରେ ଏକ ଲୋକପ୍ରିୟ ମୋଟରସାଇକଲ୍‌ରେ ପରିଣତ ହୋଇପାରିଛି।

ସମ୍ବନ୍ଧିତ ଖବର