ଆସିଲା ହୋଣ୍ଡା ଗୋଲ୍ଡ ୱିଙ୍ଗର, ଏହି ସୁପରବାଇକର ମୂଲ୍ୟ କେତେ ଜାଣନ୍ତୁ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୨୦୧୮ ଗୋଲ୍ଡ ୱିଙ୍ଗ୍‌ର ଡେଲିଭରି ଆରମ୍ଭ କରାଯାଇଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ଏକ ମେଗା କାର୍ଯ୍ୟକ୍ରମରେ ଏହି ଟୁରର୍‌ ବାଇକ୍‌ର ଡେଲିଭରି ଆରମ୍ଭ ହୋଇଛି। ଏହାକୁ ଗତ ଫେବ୍ରୁଆରୀ ମାସରେ ଅନୁଷ୍ଠିତ ନୂଆଦିଲ୍ଲୀ ଅଟୋ ଏକ୍ସପୋରେ ଉନ୍ମୋଚନ କରାଯାଇଥିଲା। ଏଥିରେ ରହିଛି ୬-ସିଲିଣ୍ଡର ବିଶିଷ୍ଟ ଇଂଜିନ, ୭ ସ୍ପିଡ୍‌ ଡୁଆଲ୍‌ କ୍ଲଚ୍‌ ଟ୍ରାନ୍ସମିସନ୍‌ ଓ ହୋଣ୍ଡାର ଏହା ପ୍ରଥମ ଗାଡ଼ି ଯେଉଁଥିରେ ଡବଲ୍‌ ୱିସ୍‌ ବୋନ୍‌ ସାମ୍ନା ସସ୍‌ପେନ୍‌ସନ୍‌ ରହିଛି । ୨୦୧୮ ଗୋଲ୍ଡ ୱିଙ୍ଗ କାଣ୍ଡି ଆର୍ଡେଣ୍ଟ ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ ଦିଲ୍ଳୀରେ ଏହାର ଏକ୍ସ ସୋ’ରୁମ୍‌ ମୂଲ୍ୟ ୨୬.୮୫ ଲକ୍ଷ ଟଙ୍କା ରହିଛି। ଏଥିରେ ଥ୍ରଟଲ୍‌ ବାଏ ଓୟାର ଜରିଆରେ କ୍ରୁଜ୍‌ କଣ୍ଟ୍ରୋଲ୍‌, ଫୁଲ୍‌ ଏଲଇଡି ଲାଇଟ୍‌, ଅଟୋ-କ୍ୟାନ୍‌ସେଲିଂ ଇଣ୍ଡିକେଟର୍‌ ଓ ସ୍ମାର୍ଟ କି କଂଣ୍ଟ୍ରୋଲ୍‌ ଭଳି ସୁବିଧା ରହିଛି । ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବିକ୍ରି ଓ ମାର୍କେଟିଂ ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂହ ଗୁଲେରିଆ – କହିଛନ୍ତି ଯେ, ‘ହୋଣ୍ଡା ୨ ହ୍ଵିଲର୍ସ ଇଣ୍ଡିଆ ଅଟୋ ଏକ୍ସପୋ ପାଭିଲିଅନ୍‌ରେ୨୦୧୮ ଗୋଲ୍ଡ ୱିଙ୍ଗ୍‌ ଥିଲା ସୋସ୍‌ ଟପର୍‌। ଜବରଦସ୍ତ ସମର୍ଥନ ଓ ୩୫ରୁ ଅଧିକ ବୁକିଙ୍ଗ ହାସଲ କରିବା ପରେ, ଆମେ ଗୋଲ୍ଡ ୱିଙ୍ଗ୍‌ର ଡେଲିଭରି ବିଷୟରେ ଘୋଷଣା କରୁଛୁ । ଏହି ବୈପ୍ଳବିକ ମଡେଲ୍‌ରେ ଆପଲ୍‌ କାର୍‌ ପ୍ଲେ ବୈଶିଷ୍ଟ୍ୟ ରହିଛି ଯାହା ବିଶ୍ୱର ଯେକୌଣସି ମୋଟରସାଇକଲ୍‌ରେ ପ୍ରଥମ ଓ ଯାହାକୁ ୭ ଇଞ୍ଚ୍‌ର ଟିଏଫ୍‌ଟି ଡିସ୍‌ପ୍ଲେ ଜରିଆରେ ହାସଲ କରାଯାଇପାରିବ।’’

ସମ୍ବନ୍ଧିତ ଖବର