ହୋଣ୍ଡାର ତିନିଟି କାର୍‌ର ସ୍ବତନ୍ତ୍ର ଏଡିସନ୍

ଭୁବନେଶ୍ବର: ହୋଣ୍ଡା କାରସ୍‌ ଲିମିଟେଡ୍ ପକ୍ଷରୁ ଏହାର ତିନିଟି ଲୋକପ୍ରିୟ କାର୍‌ ଆମେଜ୍, ଜାଜ୍ ଓ ଡବ୍ଲୁଆର-ଭିର ସ୍ବତନ୍ତ୍ର ଏଡିସନ୍‌କୁ ଉନ୍ମୋଚନ କରାଯାଇଛି। ରାଡିଆଣ୍ଟ୍‌ ରେଡ୍‌ ମେଟାଲିକ୍ ଓ ଅର୍କିଡ୍‌ ହ୍ବାଇଟ୍‌ ପର୍ଲ ଭଳି ଦୁଇଟି ରଙ୍ଗରେ ଏହି ସ୍ବତନ୍ତ୍ର ଏଡିସନ୍ ଗାଡ଼ିଗୁଡ଼ିକ ଉପଲବ୍ଧ ହେବ। ସମସ୍ତ ମଡେଲ୍‌ର ଭିତର ଓ ବାହାର ପାର୍ଶ୍ବରେ ଆକର୍ଷଣୀୟ ପରିବର୍ତନ କରାଯାଇଛି। ଆମେଜ୍ ସ୍ବତନ୍ତ୍ର ଏଡିସନ୍‌ର ମୂଲ୍ୟ ୭୮୬,୯୦୦ ଟଙ୍କା, ଡବ୍ଲୁଆର୍‌-ଭିର ୯୩୪,୯୦୦ ଟଙ୍କା ଏବଂ ଜାଜ୍‌ର ମୂଲ୍ୟ ୯୨୨,୯୦୦ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର