ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ରପ୍ତାନି ୨ ନିୟୁତ ୟୁନିଟ୍ ମାଇଲଖୁଣ୍ଟ ଅତିକ୍ରମ କରିଛି। ପ୍ରଥମ ୧ ନିୟୁତ ଗାଡ଼ି ରପ୍ତାନି କରିବା ପାଇଁ ହୋଣ୍ଡାକୁ ୧୪ ବର୍ଷ ସମୟ ଲାଗିଥିଲା। ପରବର୍ତ୍ତି ୧ ଲକ୍ଷ ଗାଡ଼ି ରପ୍ତାନି ପାଇଁ ମାତ୍ର ତିନି ବର୍ଷ ସମୟ ଲାଗିଥିଲା। ଏହି ତିନି ବର୍ଷରେ କମ୍ପାନିର ରପ୍ତାନି ପରିମାଣ ତିନି ଗୁଣା ବଢ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବିଦେଶରେ ହୋଣ୍ଡା ଗାଡ଼ିର ଚାହିଦା ବଢ଼ିବା ସହିତ କମ୍ପାନିର ରପ୍ତାନି ପରିମାଣ ବଢ଼ିଚାଲିଛି। ୨୦୦୧ରେ କମ୍ପାନି କେବଳ ଆକ୍ଟିଭା ରପ୍ତାନି କରୁଥିଲା। ଏବେ ୧୬ଟି ମଡେଲ୍ ରପ୍ତାନି କରୁଛି। ସ୍କୁଟର ରପ୍ତାନିରେ ୬୩% ବଜାର ଅଂଶ ସହ କମ୍ପାନି ଏକ ନମ୍ବର ସ୍ଥାନ ଦଖଲ କରିଛି। ଡିଓ ମଡେଲ୍କୁ ସର୍ବାଧିକ ରପ୍ତାନି କରାଯାଉଛି। ଲାଟିନ୍ ଆମେରିକା ଓ ସାର୍କ ରାଷ୍ଟ୍ରଗୁଡ଼ିକୁ ହୋଣ୍ଡା ଅଧିକ ଗାଡ଼ି ରପ୍ତାନି କରୁଛି। ଏହି ସଫଳତା ବିଷୟରେ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟି, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, ୨୦୨୦କୁ ଦୃଷ୍ଟିରେ ରଖି ହୋଣ୍ଡା ଟୁ-ହ୍ଵିଲର୍ସ ଇଣ୍ଡିଆ ଗୁଣାତ୍ମକ ମାନ ଓ ପରିମାଣ ଜରିଆରେ ଭାରତ ଓ ବିଶ୍ୱରେ ଅଗ୍ରଣୀ ଭୂମିକା ନେବାକୁ ଚାହୁଁଛି । ସୁଦୃଢ଼ ଘରୋଇ ଚାହିଦା ଯୋଗୁ ହୋଣ୍ଡାର ବିଶ୍ୱ ସ୍ତରୀୟ ଦୁଇ ଚକିଆ ବିକ୍ରି ପ୍ରତି ଭାରତ ଏକ ନମ୍ବର ଯୋଗଦାନ ପ୍ରଦାନ କରୁଛି। ରପ୍ତାନି କ୍ଷେତ୍ରରେ ଆମର ତ୍ରିମୁଖୀ ରଣନୀତି-ନୂତନ ମଡେଲ୍ ଉନ୍ମୋଚନ କରିବା, ନୂଆ ବଜାରରେ ପ୍ରବେଶ କରିବା ଓ ପୁରୁଣା ବଜାରକୁ ସୁଦୃଢ଼ କରିବା ଯୋଗୁ ୨ ନିୟୁତ ରପ୍ତାନି ମାଇଲଖୁଣ୍ଟ ହାସଲ ହୋଇପାରିଛି । ହୋଣ୍ଡା ଟୁ-ହ୍ଵିଲର୍ସର ମେଡ୍ ଇନ୍ ଇଣ୍ଡିଆ ଗାଡ଼ି ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ଆମେ ଆମର ଗ୍ରାହକ ଓ ବିଜନେସ୍ ପାର୍ଟନର୍ମାନଙ୍କୁ ଧନ୍ୟବାଦ ଦେଉଛୁ । ହୋଣ୍ଡା ଏବେ ବିଶ୍ୱର ୨୮ଟି ବଜାରକୁ ରପ୍ତାନି କରୁଛି।