ହୋଣ୍ଡା ଟୁ ହ୍ଵିଲର୍ସର ବିକ୍ରି ୪ କୋଟି ଟପିଲା

ଭୁବନେଶ୍ୱର : ଭାରତୀୟ ଦୁଇ ଚକିଆ ଯାନ ବଜାରରେ ଇତିହାସ ସୃଷ୍ଟି କରି ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ୪ କୋଟି ବିକ୍ରି ମାଇଲଖୁଣ୍ଟ ହାସଲ କରିିଛି। ଭାରତର ଏକମାତ୍ର ଦୁଇ ଚକିଆ ଯାନ କଂପାନି ଭାବେ ହୋଣ୍ଡା ମାତ୍ର ୧୮ ବର୍ଷର କମ ସମୟ ଭିତରେ ୪ କୋଟି ବିକ୍ରି ସ୍ତର ହାସଲ କରିଛି। ଭାରତରେ କାରବାର କରିବାର ୧୧ ବର୍ଷ ପରେ ହୋଣ୍ଡା ୧୦ ନିୟୁତ ବିକ୍ରି ସ୍ତର ହାସଲ କରିଛି। ଏହା ପରେ ତିନି ଗୁଣା ଅଧିକ ବେଗରେ ଆଗକୁ ବଢ଼ି ପରବର୍ତି ୧୦ ନିୟୁତ ଗ୍ରାହକଙ୍କୁ ତିନି ବର୍ଷ ଭିତରେ ହାସଲ କରିଥିଲା। ପ୍ରଥମ ୧୪ ବର୍ଷରେ ୨୦ ନିୟୁତ ଗ୍ରାହକ ଯୋଗ କରିବାରେ କଂପାନି ସଫଳ ହୋଇଥିଲା। ହୋଣ୍ଡା ଗାଡ଼ିର ଚାହିଦା ବହୁତ ବଢ଼ିଯିବାରୁ ପରବର୍ତି ୪ ବର୍ଷ ଭିତରେ କଂପାନି ଏହାର ଅନ୍ୟ ୨୦ ନିୟୁତ ଗ୍ରାହକଙ୍କୁ ସାମିଲ କରିପାରିଛି।

ଏହି ସଫଳତା ବିଷୟରେ ମିନୋରୁ କାଟୋ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କହିଛନ୍ତି ଯେ, ‘ଏତେ କମ୍‌ ସମୟ ଭିତରେ ହୋଣ୍ଡା ବ୍ରାଣ୍ଡ୍‌ ଉପରେ ଭଲ ପାଇବା ଓ ବିଶ୍ୱାସ ପ୍ରକଟ କରିଥିବା ୪ କୋଟି ଗ୍ରାହକଙ୍କ ପାଇଁ ଆମେ ଗର୍ବିତ। ଆରମ୍ଭରୁ ହୋଣ୍ଡା ନିୟୁତାଧିକ ଗ୍ରାହକଙ୍କୁ ଉଚ୍ଚ ମାନର ଅଭିନବ ଉତ୍ପାଦ ଜରିଆରେ ଖୁସି ପହଂଚାଇବାର ଆହ୍ଵାନ ନେଇ ଆଗକୁ ବଢ଼ିଥିଲା।’’

ସମ୍ବନ୍ଧିତ ଖବର