ଗ୍ରାମୀଣ ବଜାର ପାଇଁ ହୁଣ୍ଡାଇର ‘ଏକ୍ସପେରିଏନ୍ସ ହୁଣ୍ଡାଇ ଅଭିଯାନ’

ନୂଆଦିଲ୍ଲୀ: ଭାରତରେ ଥିବା ୪୧୮ଟି ଗ୍ରାମୀଣ ସ୍ଥାନ ପାଇଁ ଅଗ୍ରଣୀ କାର୍‌ କଂପାନି ହୁଣ୍ଡାଇ ପକ୍ଷରୁ ‘ଏକ୍ସପେରିଏନ୍ସ ହୁଣ୍ଡାଇ’ ଅଭିଯାନ ଆରମ୍ଭ କରାଯାଇଛି। ସର୍ବଭାରତୀୟ ରୋଡ୍‌ ସୋ’ ଆୟୋଜନ କରି ଏହି ଉତ୍ସବ ଋତୁରେ ଗ୍ରାହକମାନଙ୍କ ସହିତ ସମ୍ପର୍କକୁ ମଜବୁତ କରିବାକୁ ହୁଣ୍ଡାଇ ଏହି ଅଭିଯାନ ଜରିଆରେ ଲକ୍ଷ୍ୟ ରଖିଛି। କ୍ଷୁଦ୍ର ସହର ଏବଂ ଗ୍ରାମାଞ୍ଚଳରେ ହୁଣ୍ଡାଇ କାର୍‌ଗୁଡ଼ିକୁ ପ୍ରଦର୍ଶନ କରି ଗ୍ରାହକମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିବାକୁୁ ପ୍ରୟାସ କରାଯାଉଛି। କଂପାନିର ଟିମ୍‌ ପକ୍ଷରୁ ଆବାସିକ କଲୋନି, ବଜାର, ବ୍ୟାଙ୍କ, ସ୍କୁଲ ଏବଂ କଲେଜ, ଡାକ ଘର ଏବଂ ଅନ୍ୟ ବାଣିଜ୍ୟିକ ସ୍ଥାନ ପରିଭ୍ରମଣ କରି ହୁଣ୍ଡାଇର କାର୍‌ଗୁଡ଼ିକୁ ପ୍ରଦର୍ଶନ କରାଯାଉଛି। ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। କଂପାନିର ବିକ୍ରି ଏବଂ ମାର୍କେଟିଂ ବିଭାଗ ନିର୍ଦେଶକ ରାକେଶ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତର ହୁଣ୍ଡାଇର ଭାରତୀୟ ଅଭିବୃଦ୍ଧି କାହାଣୀରେ ଗ୍ରାମୀଣ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ‘ଏକ୍ସପେରିଏନ୍ସ ହୁଣ୍ଡାଇ’ ଅଭିଯାନ ଆମକୁ ଗ୍ରାମୀଣ ବଜାରରେ ଅଗ୍ରାଧିକାର ବ୍ରାଣ୍ଡ୍‌ରେ ପରିଣତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର