ନୂଆଦିଲ୍ଲୀ : ଓବିଡି୨ ନିୟମ ପାଳନ କରୁଥିବା ହୋଣ୍ଡା ଆକ୍ଟିଭା ୧୨୫ ସିସିର ନୂଆ ମଡେଲ୍କୁ ହୋଣ୍ଡା ମୋଟରସାଇକଲ୍ ଓ ସ୍କୁଟର ଇଣ୍ଡିଆ ପକ୍ଷରୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୭୮,୯୨୦ ଟଙ୍କାରୁ ଆରମ୍ଭ ହୋଇଛି। ଏଚ୍-ସ୍ମାର୍ଟ, ଡିସ୍କ, ଡ୍ରମ୍ ଆଲୟ ଓ ଡ୍ରମ୍ ଭଳି ଚାରିଟି ଭାରିଆଣ୍ଟ୍ରେ ତାହା ଉପଲବ୍ଧ ହେବ।
ଏଥିରେ ଓବିଡି୨ ନିୟମ ପାଳନ କରୁଥିବା ୧୨୫ ସିସି ପିଜିଏମ୍-ଏଫ୍ଆଇ ଇଞ୍ଜିନ, ଡିଜି-ଆନାଲଗ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ଇନ୍ଧନ ମିତବ୍ୟୟୀ ଟାୟାର, ହୋଣ୍ଡା ସ୍ମାର୍ଟ କି’, ଇଞ୍ଜିନ ଷ୍ଟାର୍ଟ/ ଷ୍ଟପ୍ ସ୍ବିଚ୍, ପାସିଂ ସ୍ବିଚ୍ ଓ ଓପୋନ୍ ଫ୍ରଣ୍ଟ୍ ଗ୍ଲୋଭ୍ସ ବକ୍ସ, ଟ୍ୟୁବ୍ଲେସ୍ ଫ୍ରିକ୍ସନ୍ଲେସ୍ ଟାୟାର, ଟେଲିସ୍କୋପିକ୍ ସସ୍ପେନ୍ସନ୍ ଆଦି ସୁବିଧା ରହିଛି। ଏହା ପାଞ୍ଚଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହୋଇଛି। ନୂଆ ଆକ୍ଟିଭା ୧୨୫କୁ ନେଇ କଂପାନିର ସିଇଓ ଓ ଏମ୍ଡି ଆତସୁସି ଓଗାତା ଓ ଅପରେଟିଂ ଅଫିସର (ବିକ୍ରି ଓ ମାର୍କେଟିଂ) ଯୋଗେଶ ମାଥୁର ଖୁସି ବ୍ୟକ୍ତ କରିଛନ୍ତି।