ମୁଭାଟ୍ଟୁପୁଝା (କେରଳ) : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଆଜି କେରଳର ମୁଭାଟ୍ଟୁପୁଝାଠାରେ ବିଗ୍ୱିଙ୍ଗ୍ ସୋରୁମ୍ ଉଦ୍ଘାଟିତ ହୋଇଛି। ହୋଣ୍ଡାର ପ୍ରିମିୟମ ରେଞ୍ଜ୍ ମଟରସାଇକଲ (୩୦୦ରୁ ୫୦୦ ସିସି) ଏଠାରେ ବିକ୍ରି କରାଯିବ। ହୋଣ୍ଡାର ଏସବୁ ବାଇକ୍ ପାଇଁ ଏଠାରେ ବିକ୍ରି ସହିତ ବିକ୍ରି ପରବର୍ତ୍ତୀ ସେବା ମଧ୍ୟ ମିଳିବ। ନୂଆ ସୋରୁମ୍ର ଉଦ୍ଘାଟନ ଅବସରରେ କମ୍ପାନିର ନିର୍ଦ୍ଦେଶକ (ବିକ୍ରି ଓ ବିପଣନ) ୟଦ୍ବିନ୍ଦର ସିଂହ ଗୁଲେରିଆ କୁହନ୍ତି, ଏହା ଗ୍ରାହକଙ୍କୁ ପ୍ରକୃତରେ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ। ମୁଭାଟ୍ଟୁପୁଝାଠାରେ ବିଗୱିଙ୍ଗ୍ ସୋରୁମ୍ ଖୋଲି ଆମେ ଆନନ୍ଦିତ ବୋଲି ସେ କହିଛନ୍ତି। ଏହି ସୋରୁମରେ ସିବି୩୦୦ଆର, ହାଇନେସ-ସିବି୩୫୦ ଏବଂ ଏହାର ବାର୍ଷିକ ସଂସ୍କରଣ, ସିବି୩୫୦ଆରଏସ, ସିବି୫୦୦ଏକ୍ସ, ସିବିଆର୬୫୦ଆର, ସିବି୬୫୦ଆର, ସିବିଆର୧୦୦୦ଆରଆର-ଆରଫାୟାରବ୍ଲେଡ, ସିବିଆର୧୦୦୦ଆରଆର-ଆର ଫାୟାରବ୍ଲେଡ ଏସପି, ଆଫ୍ରିକା ଟ୍ବିନ ଆଡଭେଞ୍ଚର ସ୍ପୋର୍ଟସ ଆଦି ଉପଲବ୍ଧ ହେବ।
ହୋଣ୍ଡାର ନୂଆ ବିଗ୍ୱିଙ୍ଗ୍ ସୋ’ରୁମ
/sambad/media/post_attachments/wp-content/uploads/2022/05/honda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)