ହୋଣ୍ଡାର ନୂଆ‌ ବାଇକ୍ ‘ସିବି୨୦୦ଏକ୍ସ’

ଭୁବନେଶ୍ବର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ୧୮୦-୨୦୦ ସିସି ବର୍ଗରେ ଏକ ନୂଆ ବାଇକ୍ ଆଣିଛି। ତାହା ହେଉଛି ସିବି୨୦୦ଏକ୍ସ। କଂପାନିର ଏମ୍‌ଡି ଓ ସିଇଓ ଆତ୍‌ସୁସି ଓଗାତା ଓ ନିର୍ଦେଶକ (ବିକ୍ରି ଓ ମାର୍କେଟିଂ) ୟଦବିନ୍ଦର ସିଂହ ଗୁଲେରିଆ ନୂଆ ବାଇକ୍‌କୁ ଉନ୍ମୋଚନ କରିଛନ୍ତି ଯାହାର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୧ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ନୂଆ ସିବି୨୦୦ଏକ୍ସରେ ହୋଣ୍ଡା ବ୍ୟବହାର କରିଛି ଏକ ୧୮୪ ସିସିର ବିଏସ୍‌-୬ ପିଏମ୍‌ଜି-ଏଫ୍‌ଆଇ ଇଞ୍ଜିନ ଯାହା ସହର ଭିତରେ ଏବଂ ବାହାରେ ଗାଡ଼ି ଚଲାଇବାର ରୋମାଞ୍ଚକ ଅନୁଭୂତି ପ୍ରଦାନ କରିବ। ଏହାର ଡିଜାଇନ୍ ବେଶ ଆକର୍ଷଣୀୟ ରହିଥିବା ବେଳେ ସେଥିରେ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍‌ର ବ୍ୟବସ୍ଥା ରହିଛି। ସାମ୍ନା ଓ ପଛରେ ପେଟାଲ୍ ଡିସ୍କ ବ୍ରେକ୍, ମୋନୋ-ସକ୍ ପଛ ସସ୍‌ପେନ୍‌ସନ୍, ଇଞ୍ଜିନ ଷ୍ଟପ୍ ସ୍ବିଚ୍‌, ହାଜାର୍ଡ ସ୍ବିଚ୍‌ ଓ ଟାଙ୍କିରେ ଚାବି ଭଳି ସୁବିଧା ଏଥିରେ ରହିଛି। କଂପାନି ତରଫରୁ ଏହା ଉପରେ ୬ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଥିବା ବେଳେ ଏହି ବାଇକ୍ ପର୍ଲ ନାଇଟ୍‌ଷ୍ଟାର୍‌ ବ୍ଲାକ୍, ମ୍ୟାଟ୍‌ ସିଲିୟନ୍ ସିଲ୍‌ଭର୍‌ ମେଟାଲିକ୍ ଓ ସ୍ପୋର୍ଟସ୍‌ ରେଡ୍ ରଙ୍ଗରେ ଉପଲବ୍ଧ ହୋଇଛି। ଆଜି ଠାରୁ ଏହାର ବୁକିଙ୍ଗ୍‌ ଆରମ୍ଭ କରାଯାଇଛି। ସେପ୍ଟେମ୍ବର ସୁଦ୍ଧା ବାଇକ୍‌ଟି ଡିଲର୍‌ସିପ୍‌ଗୁଡ଼ିକରେ ପହଞ୍ଚିବ।

ସମ୍ବନ୍ଧିତ ଖବର