ଭୁବନେଶ୍ବର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ନୂଆ ବାଇକ୍ ହାଇନେସ୍-ସିବି ୩୫୦କୁ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ'ରୁମ୍ ମୂଲ୍ୟ ହେଉଛି ୧ ଲକ୍ଷ ୯୦ ହଜାର ଟଙ୍କା। ଏଥିରେ ୩୫୦ ସିସିର ସିଙ୍ଗିଲ୍ ସିଲିଣ୍ଡର ଇଞ୍ଜିନ ବ୍ୟବହାର କରାଯାଇଛି। ଏଚ୍ଏମ୍ଏସ୍ଆଇର ଏମ୍ଡି ଓ ସିଇଓ ଆତଶୁଶି ଓଗାତା ଓ ନିର୍ଦେଶକ-ବିକ୍ରି ଓ ବିପଣନ ୟଦବିନ୍ଦର ସିଂହ ଗୁଲେରିଆଙ୍କ ଉପସ୍ଥିତିରେ ହୋଣ୍ଡା ମୋଟର କଂପାନି, ଜାପାନର ମ୍ୟାନେଜିଂ ଅଫିସର ନୋରିଆକି ଆବେ ଓ ଅପରେଟିଂ ଅଫିସର ମାସାୟୁକି ଇଗାରାଶି ଏହି ନୂଆ ବାଇକ୍କୁ ଉନ୍ମୋଚନ କରିଛନ୍ତି।
ଏଥିରେ ସ୍ମାର୍ଟଫୋନ୍ ଭଏସ୍ କଂଟ୍ରୋଲ୍ ସିଷ୍ଟମ୍, ଫୁଲ୍ ଏଲ୍ଇଡି ସେଟ୍ଅପ୍, ଡିଜିଟାଲ୍-ଆନାଲଗ୍ ସ୍ପିଡୋମିଟର୍, ପଛରେ ଚଉଡ଼ା ଟାୟାର, ଡୁଆଲ୍ ଡିସ୍କ ବ୍ରେକ୍ ସହିତ ଡୁଆଲ୍ ଚ୍ୟାନେଲ୍ ଏବିଏସ୍, ଇଞ୍ଜିନ ଷ୍ଟାର୍ଟ/ଷ୍ଟପ୍ ସ୍ବିଚ୍ ଓ ୧୫ ଲିଟରର ତେଲ ଟାଙ୍କି ରହିଛି। ଆଜି ଠାରୁ ଗ୍ରାହକମାନେ ହୋଣ୍ଡାର ବିଗ୍ୱିଙ୍ଗ୍ ଡିଲର୍ସିପ୍ କିମ୍ବା କଂପାନି ୱେବସାଇଟ୍ରେ ଏହାର ବୁକିଙ୍ଗ୍ କରିପାରିବେ। ଏହା ଡିଏଲ୍ଏକ୍ସ ଓ ଡିଏଲ୍ଏକ୍ସ ପ୍ରୋ ଭଳି ଦୁଇଟି ଭାରିଆଣ୍ଟ୍ରେ ଉପଲବ୍ଧ ହେବ।